ବିଜେପି-ଜେଡିଏସ୍ ମେଳି : ନୀତୀଶଙ୍କ ଅମଳରେ କୁକୁର ପାଇଛି ଆଧାର କାର୍ଡ
ବିହାରୀ କୁକୁର ପାଇଛି ଆଧାର କାର୍ଡ । ବିହାର ଭୋଟର ତାଲିକାରୁ ପ୍ରାୟ ୪୨ ଲକ୍ଷ ଯୋଗ୍ୟ ଭୋଟର ବାଦ ପଡ଼ି ଯାଇଛନ୍ତି । ମାମଲା ଏବେ ନିର୍ବାଚନ କମିଶନକୁ କଣ୍ଠାଗ୍ରତ କଲାଣି । କଂଗ୍ରେସ, ଆରଜେଡି ପ୍ରଭୃତି ରାଜନୈତିକ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ତ୍ରୁଟିପୂର୍ଣ୍ଣ କାରସାଦିକୁ ଧରିଛନ୍ତି । ଭୋଟର ତାଲିକାରୁ ବାଦ ପଡ଼ିଥିବା ଅଧିକାଂଶ ଭୋଟରଙ୍କ ପାଇଁ ଆଧାର କାର୍ଡକୁ ଏକ ବଳିଷ୍ଠ ପରିଚୟ ପତ୍ର ହୋଇଥିଲା ବେଳେ ବିହାରରେ କିଛି କୁକୁରଙ୍କୁ ଆଧାର କାର୍ଡ ମିଳିଯାଇଛି ।
ଇ-ସାର୍ଟିଫିକେଟ୍ ଭଳି ଏକ ସରକାରୀ କାର୍ଯ୍ୟଧାରାରେ କେତେବଡ଼ ଗଲତି କରାଯାଇପାରେ, ତା’ର ନମୁନା ଦେଖିବାକୁ ମିଳିଛି ନୀତୀଶଙ୍କ ଶାସନରେ ।
ସୂଚନା ମୁତାବକ ପାଟନାର ମସୌରହି ଅଂଚଳର ଜଣେ ବ୍ୟକ୍ତି ଇ-ସାର୍ଟିଫିକେଟ୍ ହାସଲ କରିଛନ୍ତି । ଉକ୍ତ ଆବାସିକ ସାର୍ଟିଫିକେଟରେ ହିତାଧିକାରୀଙ୍କ ନାମ ଲେଖାଯାଇଛି ‘ଡଗ୍ ବାବୁ’ । ବାପାଙ୍କ ନାମ ସ୍ଥାନରେ ଲେଖାଯାଇଛି, ‘କୁତା ବାବୁ’ । ମା’ଙ୍କ ନାମ ସ୍ଥାନରେ ଲେଖାଯାଇଛି ‘କୁତିୟା ଦେବୀ’ । ଅନ୍-ଲାଇନ୍ ଜରିଆରେ ସାର୍ଟିଫିକେଟ୍ ଜାରି କରିବା ପୂର୍ବରୁ ସରକାରୀ ଅଧିକାରୀମାନେ ଆବେଦନକାରୀଙ୍କ ଆଧାର କାର୍ଡ ସମେତ ଅନ୍ୟ କାଗଜପତ୍ର ଯାଂଚ କରିଥାନ୍ତି । ଡଗ୍ ବାବୁଙ୍କ ନାମରେ ଆବାସିକ ସାର୍ଟିଫିକେଟ୍ ମଞ୍ଜୁର କରିବା ପୂର୍ବରୁ ସରକାରୀ ଅଧିକାରୀମାନେ ସରକାରୀ ନଥିପତ୍ରକୁ ଠିକ ଭାବରେ ଯାଂଚ କରିଥିଲେ କି ନା’, ସେ ସଂପର୍କୀତ ରିପୋର୍ଟ ତଲବ କରିବା ପରେ ମସୌରହି ଏସ୍ଡିଓ ଅଭିଷେକ କୁମାର କହିଛନ୍ତି, ଅନ୍-ଲାଇନ୍ ଆବେଦନ ପ୍ରକ୍ରିୟାରେ କେହି ଜଣେ ଠକାମି କରି ଇ-ସାର୍ଟିଫିକେଟ୍ ହାସଲ କରିଛନ୍ତି । ଆବାସିକ ସାର୍ଟିଫିକେଟ୍ଟି ମଞ୍ଜୁର କରାଯାଇଛି ଜୁଲାଇ ୨୪ ତାରିଖରେ ।
ଠକ ଆବେଦନକାରୀ ଇ-ସାର୍ଟିଫିକେଟ୍ ପାଇଁ ଦାଖଲ କରିଥିବା ଆଧାର କାର୍ଡରେ ବିଭା କୁମାରୀ ଓ ଦିଲ୍ଲୀର ଠିକଣା ଲେଖାଯାଇଛି । ଅଜଣା ଆବେଦନକାରୀ ଓ ଇ-ସାର୍ଟିଫିକେଟ୍ ଜାରି କରିଥିବା ଆଇଟି ଆସିଷ୍ଟାଂଟ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।