ବଡ଼ ଖେଳ : ବିଜେପିର ଭୋଟ ଜାଲିଆତି !

ପ୍ରଧାନମନ୍ତ୍ରୀ ଚଉକି-ବିଜେପି ମେଂଟ

ଗଣମାଧ୍ୟମ ଆଗରେ ମିଛଟାରେ ୩୦୦ ଜଣ ସାଂସଦଙ୍କୁ ଏକାଠି କରିଛ କହି ବାହାଦୁରି ଦେଖାଇବା ଦରକାର ନାହିଁ । କର୍ଣ୍ଣାଟକ କ୍ଷମତାରେ ଥିବା ସତ୍ୱେ ବିଜେପିର ଭୋଟ ଜାଲିଆତିକୁ କଂଗ୍ରେସ ଦେଖି ପାରିଲାନି । ୟା’ ଠାରୁ ବଳି ଲାଜର କଥା ଆଉ କ’ଣ ହୋଇପାରେ?

କଂଗ୍ରେସ ନାକ ତଳେ ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ ବିଜେପି ଏତେବଡ଼ ଖେଳ କରିଦେଲା । କଂଗ୍ରେସ କିଛି ଜାଣି ପାରିଲାନି। ସତରେ ବିଜେପିର ଆଲିବାବା ତାଙ୍କର ୩୦୩ ଜଣ ଚୋରଙ୍କୁ ଧରି ବଡ଼ ଧରଣର ଘୋଟାଲା କରିବାକୁ ବସିଥିଲେ । ମାତ୍ର ଭାରତର ଭୋଟରମାନେ ଆଲିବାବାଙ୍କ ଚଉକି କ୍ଷମତାକୁ ୨୪୦ କରିଦେଲେ । ଆଲିବାବାଙ୍କର ୪୦୦ ସ୍ୱପ୍ନଟା ପୁରା ମାଟିରେ ମିଶିଗଲା ।

ରାହୁଲଙ୍କ ନିର୍ବାଚନ କମିଶନ ବିରୋଧୀ ଅଭିଯାନ ଯଦି ସାରା ଭାରତକୁ ଗ୍ରାସ କରେ, ତେବେ ଆଗାମୀ ଦିନରେ ସାରା ଭାରତଟା ରାଷ୍ଟ୍ରପତି ଶାସନ କବଳକୁ ଚାଲିଯିବ ।