ବିହାର ଭୋଟର ତାଲିକାରେ ବଡ଼ ଧରଣର ଗୋଲମାଲ୍ କରାଯାଇଥିବା ଆଶଙ୍କା କରି ମାନ୍ୟବର ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିକଟରୁ ସବୁ ପ୍ରଶ୍ନର ଜବାବ ତଲବ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଦୃଷ୍ଟିରେ ନିର୍ବାଚନ କମିଶନକୁ ଦୋଷମୁକ୍ତ ପ୍ରମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ତାଙ୍କ ଟିମ୍ ପୁରାଦମ୍ ଲଗାଇଛନ୍ତି ।
ବିହାର ଭୋଟର ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାମ କେଉଁ କାରଣରୁ ବାଦ୍ ପଡ଼ିଲା? ସେ ସଂପର୍କୀତ ଯୁକ୍ତିସଂଗତ ତଥ୍ୟ ଓ ପ୍ରମାଣ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଆଦେଶ ଦେଇଛନ୍ତି । ତା’ ସହିତ ବାଦ୍ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ନାମକୁ ପୁନର୍ବାର ଇସି ୱେବ୍ସାଇଟ୍ରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଂଟେନସିଭ୍ ରିଭିଜନକୁ ସୁପ୍ରିମକୋର୍ଟରେ ଚାଲେଂଜ କରାଯାଇଛି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଇଜଲାସ୍ରେ ହାଜର ହୋଇ ନିର୍ବାଚନ କମିଶନଙ୍କ ଓକିଲ ଜଣାଇଥିଲେ ଯେ ବିହାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ଭିତରୁ ୨୨ ଲକ୍ଷ ମୃତ୍ୟୁବରଣ କରିଛନ୍ତି। ଏତକ ଶୁଣିବା ପରେ ବିଚାରପତି ମହୋଦୟ ନିର୍ବାଚନ କମିଶନକୁ ପ୍ରଶ୍ନ କଲେ, ଯଦି ୨୨ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି, ତେବେ ବୁଥ୍ସ୍ତରରେ ସେମାନଙ୍କ ନାମ ଉଲ୍ଲେଖ କରାଗଲାନି କାହିଁକି? ଆମେ ଚାହୁଁନା, ନାଗରିକଙ୍କ ମତଦାନ ଅଧିକାର କୌଣସି ରାଜନୈତିକ ଦଳର ମର୍ଜିରେ ଚାଲୁ । ବାଦ୍ ପଡ଼ିଥିବା ଭୋଟରଙ୍କ ନାମକୁ ୩୦ ଦିନ ଭିତରେ ଅପ୍ଲୋଡ୍ କରିବାକୁ ନିର୍ବାଚନ କମିଶନକୁ ପରାମର୍ଶ ଦିଆଯାଇଛି ।