ନରେନ୍ଦ୍ର ମୋଦୀଙ୍କ ହାତରୁ ପ୍ରଧାନମନ୍ତ୍ରୀ ଚଉକିଟା ଖସିବାକୁ ବସିଲାଣି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କୁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ୩୬-୩୬ ଭିଜନ ଦେଖାଇବାକୁ ଭୁଲିନାହାନ୍ତି । ଭୋଟ ଚୋରି କରି ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ୍ ଗଠନ କରିବାକୁ ସୁଯୋଗ ପାଇଛନ୍ତି । ଭୋଟ ଚୋରି କରି ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନକୁ ଜିତିଛି ।
ବିଜେପିର ଭୋଟ ଚୋରି କରିବାର ଜ୍ଞାନକୌଶଳକୁ ଦେଶର ୯୭ କୋଟି ଭୋଟର ଜାଣି ସାରିଲେଣି । ଓଡ଼ିଶାର ୧୩ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟ ଚୋରି କରାଯାଇଛି । ଏଭଳି ଅଭିଯୋଗ ମୁଣ୍ଡ ଟେକିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଉକି ପ୍ରତି ମହାବିପଦ ସୃଷ୍ଟି ହୋଇଚି ।
ମୋଦୀ ଓ ମୋହନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ମୋଦୀଙ୍କ ହାତରୁ ଚଉକି ଚାଲିଯିବା ପରେ ମୋହନ ତାଙ୍କ ଚଉକି ଧରି ରଖିପାରିବେ? ତା’ରି ଭିତରେ ମୋଦୀ ୨୦୪୭ ଓ ମୋହନ ୨୦୩୬ ମହାପୁରାଣ ଗାଉଛନ୍ତି ।
ମୋହନ ମାଝି ୨୦୩୬ ମସିହାରେ ଓଡ଼ିଶାବାସୀଙ୍କୁ ବିଜେପିର ୩୬ କଳା ମହାନାଟକ ଦେଖାଇବେ । ବ୍ରହ୍ମପୁର ମେଡିକାଲ ଓ କଲେଜକୁ ଏମ୍ସ ସମତୁଲ କରିବେ । ରାଜ୍ୟର ବିଭିନ୍ନ ଅଂଚଳରୁ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱରରେ ଜନ ଆଶ୍ରୟ ଭବନ ପ୍ରତିଷ୍ଠା କରାଯିବ । ରାଜ୍ୟରେ ଔଷଧ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ କରାଯିବ । ଦେଶୀ ବିଦେଶୀ ଔଷଧ କମ୍ପାନୀ ସହିତ ରାଜ୍ୟ ସରକାର ବୁଝାମଣା କରିବାର ଯୋଜନା ରହିଛି ।
ରାଜ୍ୟରେ ୨୧ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ ଗଠନ କରାଯିବ । କେବିକେ ଅନ୍ତର୍ଗତ ୮ଟି ଜିଲ୍ଲାରେ ବସବାସ କରୁଥିବା ଗରିବ ଲୋକଙ୍କୁ ଅତିରିକ୍ତ ୫ କିଲୋ ଚାଉଳ ଦେବାକୁ ଘୋଷଣା କରିଛନ୍ତି ।