୨୦୨୬ରେ ଦେଶରେ ଲୋକସଭା ନିର୍ବାଚନ!

ନରେନ୍ଦ୍ର ମୋଦି ଏତେ ସହଜରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେନି । କଳବଳ କୌଶଳେ ପ୍ରଧାନମନ୍ତ୍ରୀ ଚଉକିକୁ ଆବୋରି ବସିବେ ନଚେତ୍ ସାନି ଲୋକସଭା ନିର୍ବାଚନ ଘୋଷଣା କରିପାରନ୍ତି ।

ସୁପ୍ରିମକୋର୍ଟ ଦୃଷ୍ଟିରେ ଧରାପଡ଼ି ଯାଇଛି ଇଭିଏମ୍ କେଳେଙ୍କାରୀ । ଭାରତର ନିର୍ବାଚନ ପ୍ରକ୍ରିୟାରେ ଇଭିଏମ୍ ବ୍ୟବହାର କରାଯିବା ଦିନଠାରୁ ନିରପେକ୍ଷ ମତଦାନ ପ୍ରତି ସନ୍ଦେହ କରାଯାଉଥିଲା । ମାତ୍ର ପ୍ରତିଥର କ୍ଷମତାସୀନ ସରକାରଙ୍କ ଅନୁଗତ ଅଧିକାରୀ ଜନତାଙ୍କ ପ୍ରତିବାଦକୁ ଚାପି ଦେଇ ଆସୁଥିଲେ । ଇଭିଏମ୍ ଜରିଆରେ କ୍ଷମତାସୀନ ସରକାର ଭୋଟ ଚୋରି କରି ପାରିବେନି ବୋଲି ନିର୍ବାଚନ କମିଶନ ଦୃଢ଼ତାର ସହିତ କହି ଆସୁଥିଲେ । ଇଭିଏମ୍ ଟ୍ୟାମ୍ପରିଂ କରା ଯାଇପାରିବ ବୋଲି କିଛି ସଂଗଠନ ଓ ବ୍ୟକ୍ତିବିଶେଷ ଖୋଲାଖୋଲି ଟିପ୍ପଣୀ ପ୍ରଦାନ କରି ଅଦାଲତ ନିକଟରୁ ଦଣ୍ଡ ପାଇଛନ୍ତି । ଡେରିରେ ହେଉ ପଛେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ଚାଲ ଧରା ପଡ଼ିଯାଇଛି ।

ନିର୍ବାଚନ କମିଶନଙ୍କ ପରିଚାଳନାରେ ସମ୍ପାଦିତ କୌଣସି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରାଯାଇନି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କେବଳ ସୁପ୍ରିମକୋର୍ଟ ନୁହନ୍ତି, ବିହାର ଭୋଟର ତାଲିକା ମାମଲାରେ ନିର୍ବାଚନ କମିଶନଙ୍କ ବଡ଼ ଧରଣର ଜାଲିଆତି ଧରା ପଡ଼ିଯିବା ପରେ ବିଜେପି ନେତା ଅନୁରାଗ ଠାକୁର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଜୟକୁ ଚାଲେଂଜ କରିଛନ୍ତି ।

ରାହୁଲ ଓ ପ୍ରିୟଙ୍କାଙ୍କ ଜିତାପଟକୁ ବିଜେପି ନେତା ଚାଲେଂଜ କରିବା ଅର୍ଥ କ’ଣ ହୋଇପାରେ? ରାହୁଲ ଓ ପ୍ରିୟଙ୍କାକୁ ଚାଲେଂଜ କରି ଖୋଦ୍ ବିଜେପି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଆଶଙ୍କା ପ୍ରକାଶ କରିଛନ୍ତି । ବାରାଣସୀ ଲୋକସଭାର ପରାଜିତ ପ୍ରାର୍ଥୀ ଅଜୟ ରାୟ ନରେନ୍ଦ୍ର ମୋଦିଙ୍କ ଜିତାପଟକୁ ଚାଲେଂଜ କରିଛନ୍ତି । ଭୋଟ ଜାଲିଆତି କରି ନରେନ୍ଦ୍ର ମୋଦି ବାରାଣସୀରୁ ଜିତିଛନ୍ତି ବୋଲି ଅଜୟ ରାୟ ଅଭିଯୋଗ କରିବା ପରେ ଉଭୟ ବିଜେପି ଓ କଂଗ୍ରେସ ସିଧାସଳଖ ନିର୍ବାଚନ କମିଶନକୁ ସବୁ ଅଡୁଆ ପାଇଁ ଦାୟୀ କରିଛନ୍ତି ।

ହରିଆଣାର ପଂଚାୟତ ନିର୍ବାଚନରେ ବ୍ୟବହୃତ ଇଭିଏମ୍ ମେସିନ ଟ୍ୟାମ୍ପରିଂ ବଳରେ ହେଉ ଅବା କ୍ଷମତାସୀନ ସରକାରଙ୍କ ଚାପରେ ନିର୍ବାଚନ ଅଧିକାରୀଙ୍କ ଘୋଷଣା ବଳରେ, ଜଣେ ପରାଜିତ ପ୍ରାର୍ଥୀକୁ ବିଜୟୀ ଘୋଷଣା କରି ସଂରପଚ ଦାୟିତ୍ୱରେ ବସାଇ ଦିଆଯାଇପାରୁଛି । ୨୦୨୪ ଲୋକସଭା ନିର୍ବାଚନରେ ବ୍ୟବହୃତ ଇଭିଏମ୍ ମେସିନ ବଳରେ ଭୋଟ ଚୋରି କରି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବେ ନିଶ୍ଚିତ ।

କଂଗ୍ରେସ ଓ ବିଜେପିର ପରସ୍ପରକୁ ଦୋଷାରୋପ ମାମଲାର ମୀମାଂସା ହେଉଛି ଲୋକସଭା ନିର୍ବାଚନ । ଓଡ଼ିଶାରେ ଏକ ସମୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ।