ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିଲେ ରୋଜର ବିନି

ବୋର୍ଡ ଅଫ୍ କଂଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ରୋଜର ବିନି । ବିସିସିଆଇର ବରିଷ୍ଠ ଅଧିକାରୀ ତଥା ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କାମଚଳା ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ଆସନ୍ତା ବିସିସିଆଇ ବୈଠକରେ ସ୍ଥାୟୀ ଅଧ୍ୟକ୍ଷ ମନୋନୟନ କରାଯିବ ।

ଏସିଆ କପ୍ ପୂର୍ବରୁ ବିସିସିଆଇରେ ବଡ଼ ଧରଣର ଅଦଳ ବଦଳ କରାଯାଉଛି । ରୋଜର ବିନିଙ୍କ ଇସ୍ତଫା ପ୍ରସଙ୍ଗ ସେତେ ଗୁରୁତର ନୁହେଁ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶନାମା ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ପାରିବେ । ରୋଜର ବିନିଙ୍କ ବୟସ ୭୦ ବର୍ଷ ପୁରିଯାଇଛି ।

ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ । ତା’ ପୂର୍ବରୁ ବିସିସିଆଇକୁ ଦୀର୍ଘକାଳୀନ ପ୍ରାୟୋଜକ ମିଳି ନାହାନ୍ତି । ରୋଜର ବିନିଙ୍କ କାର୍ଯ୍ୟକାଳ ଭିତରେ ବିସିସିଆଇ ହାତରୁ ବହୁ ନାମୀଦାମୀ ବାଣିଜ୍ୟ ସଂସ୍ଥା ଚାଲି ଯାଇଛନ୍ତି । ମାତ୍ର ହାତଗଣତି ବାଣିଜ୍ୟ ସଂସ୍ଥା ନିକଟରୁ ବିଜ୍ଞାପନ ପ୍ରଦର୍ଶନ ଆଧାରରେ ସେଭଳି ମୋଟା ଆକାରର ରୋଜଗାର ହୋଇପାରୁନି ।