ରକ୍ତଚାପ, ରକ୍ତହୀନତାର ଶିକାର ଲୋକଙ୍କ ପକ୍ଷେ ବାଇଗଣ ବିଷତୁଲ୍ୟ
ରକ୍ତଚାପ, ରକ୍ତହୀନତାର ଶିକାର ହୋଇଥିବା ଲୋକମାନଙ୍କ ପକ୍ଷେ ବାଇଗଣ ବିଷତୁଲ୍ୟ କାମ କରିଥାଏ ।
ଆଳୁ ଭଳି ବାଇଗଣକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ପଖାଳ ଭାତକୁ ବାଇଗଣ ପୋଡ଼ା ଭାରି ଭଲ ଲାଗେ । ବାଇଗଣ ଆମ ଶରୀର ପାଇଁ ଉପାଦେୟ । ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ୱ ରହିଛି ।
ଆମ ଶରୀରରୁ ବିଷାକ୍ତ ଦ୍ରବ୍ୟଗୁଡ଼ିକ ବାହାର କରିବା ଦିଗରେ ବାଇଗଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦିଓ ଏହା ଆମ ଶରୀର ପାଇଁ ହିତକାରକ, ତଥାପି କିଛି ଲୋକଙ୍କ ପାଇଁ ବାଇଗଣ ବିଷ ଭଳି କାମ କରିଥାଏ ।
ଆସନ୍ତୁ ଜାଣିବା, କୋଉ ଲୋକଙ୍କ ପାଇଁ ବାଇଗଣ କ୍ଷତିକାରକ ହୋଇଥାଏ ।
ବାଇଗଣ ଖାଇଲେ କିଛି ଲୋକଙ୍କ ଚର୍ମ ଉପରେ ଛୋଟଛୋଟ ଫୋଟକା ଉଠିଯାଏ । ପରେ ସେହି ଫୋଟକାରୁ ପାଣି ବାହାରି ଭାରି କଷ୍ଟ ଦେଇଥାଏ । ଚର୍ମଜନିତ ରୋଗ ଆଶଙ୍କା ଥିଲେ ଆଦୌ ବାଇଗଣ ସେବନ କରନ୍ତୁନି ।
କିଡ୍ନୀ ସମସ୍ୟାରେ ପୀଡ଼ିତ ଲୋକମାନେ ବାଇଗଣ ସେବନ କରିବା ଅନୁଚିତ । ବାଇଗଣରେ ବହୁଳ ପରିମାଣର ଚର୍ବି ରହିଛି । ପ୍ରଚୁର ପରିମାଣର କ୍ୟାଲସିୟମ୍ ରହିଛି ।
ବାଇଗଣ ଖାଇଲେ ଶରୀର ଭିତରେ ଷ୍ଟୋନ୍ ଆଶଙ୍କା କମ୍ ରହେ । ତେବେ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଲୋକଙ୍କ ପକ୍ଷେ ବାଇଗଣ ଖାଇବା ବିପଦ ।
ପେଟରେ ଗ୍ୟାସ୍ ହେଉଥିଲେ, ଖାଦ୍ୟ ହଜମ ସମସ୍ୟା ଭୋଗୁଥିଲେ, ବାଇଗଣ ଆଦୌ ଖାଆନ୍ତୁ ନାହିଁ । ଶରୀରରେ ଅଧିକ ପରିମାଣର ଲୌହସାର ଥିଲେ ତାକୁ କମାଇବା ପାଇଁ ବାଇଗଣ ଖାଇପାରନ୍ତି ।
ମାତ୍ର ଲୌହସାର ଅଭାବ ଜନିତ ରୋଗରେ ପୀଡ଼ିତ ଲୋକଙ୍କ ପକ୍ଷେ ବାଇଗଣ ସେବନ କ୍ଷତିକାରକ ।
ଗଭୀବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ବାଇଗଣ ସେବନ କରିବା ଜରୁରୀ । ମାସିକ ଋତୁକାଳୀନ ସମସ୍ୟା ଥିଲେ ବାଇଗଣ ଖାଇବା ଦରକାର । ଗାଁ କବିରାଜଙ୍କ ଦୃଷ୍ଟିରେ ପ୍ରସୂତୀଙ୍କ ପାଇଁ ବାଇଗଣ ଉପଯୋଗୀ ।
କିନ୍ତୁ ଆଜିର ଡାକ୍ତର ପ୍ରସୂତୀଙ୍କୁ ବାଇଗଣଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥାନ୍ତି । ତା’ର କାରଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତନ ।
ଉଚ୍ଚ ରକ୍ତଚାପ ରୋଗୀ ଅବା ନିମ୍ନ ରକ୍ତଚାପ ରୋଗୀମାନେ ବାଇଗଣ ସେବନ କରିବା ଅନୁଚିତ । ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ଲୋକମାନେ ବାଇଗଣ ନଖାଇଲେ ଭଲ ।