‘ଭାରତ ଛୋଟପିଲା ନୁହେଁ, ଟିକସ ଛାଟକୁ ଡରିଯିବ’ । ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ଆମେରିକାର ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ବିଶେଷଜ୍ଞ ରିକ୍ ସାଂଚେଜ ।
କେବଳ ସାଂଚେତ୍ ନୁହନ୍ତି, ଆମେରିକା କଂଗ୍ରେସର ବହୁ ଅଭିଜ୍ଞ ସଭ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧୀ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ।
ମୁକ୍ତ ବାଣିଜ୍ୟ ଧମକ ଦେଇ ଟ୍ରମ୍ପ ଭାରତ ଓ ପାକିସ୍ତାନକୁ ଅସ୍ତ୍ର ବିରତି ପାଇଁ ବାଧ୍ୟ କରିଥିବା କଥା ଏବେ ମିଛ ସାବ୍ୟସ୍ତ ହୋଇଛି । ଅଧିକ ଟିକସ ଭୟରେ ଭାରତ କୌଣସି ପରିସ୍ଥିତିରେ ଆମେରିକା ନିକଟରେ ଭିକ ମାଗିବନି କି ମୁଣ୍ଡ ତଳକୁ କରିବନି ।
ଭାରତ ଉପରେ ୫୦% ଟିକସ ଲାଗୁ କରି ରାଷ୍ଟ୍ରପତି ଟ୍ରମ୍ପ ବିରାଟ ଭୁଲ କରିଛନ୍ତି । ଆଗାମୀ ଦିନରେ ଆମେରିକାକୁ ବିପୁଳ କ୍ଷତି ସହିବାକୁ ପଡ଼ିବ । ଟ୍ରମ୍ପଙ୍କ ଟିକସ ଛାଟ ବିରୋଧରେ ସାରା ବିଶ୍ୱରେ ଏକାଧିକ ମେଳି ମୁଣ୍ଡ ଟେକିଲାଣି ।
ଭାରତକୁ ମାମୁଲି ମଣିବାର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ । ରୁଷିଆ ଓ ଚାଇନା ସହିତ ବନ୍ଧୁତା ସ୍ଥାପନ କରି ଭାରତ ତା’ର ବେପାର ବଣିଜକୁ ଆଗେଇ ନେବାକୁ ଅଂଟା ଭିଡିଲାଣି ।
ଅନ୍ୟ ଦେଶ ନିକଟରେ ଭାରତକୁ ଛୋଟ କରିବାର ଅପଚେଷ୍ଟା କରି ଖୋଦ୍ ଟ୍ରମ୍ପ ନିଜ ମୁହଁରେ କଳା ବୋଳୁଛନ୍ତି, ଆମେରିକାକୁ ବିଶ୍ୱବାସୀଙ୍କ ନିକଟରେ ଦୋଷୀ କରି ଦେଉଛନ୍ତି ।