ରାଜ୍ୟରେ ସାତୋଟି ନୂଆ ମୁନିସିପାଲିଟି ଓ ୧୬ଟି ବିଜ୍ଞାପିତ ଅଂଚଳ ପରିଷଦ ଗଠନ କରାଯାଇଛି ।
ରବିବାର ଦିନ ରାଜ୍ୟ ସରକାର ସାତୋଟି ନୂଆ ମୁନିସିପାଲିଟି ଓ ୧୬ଟି ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିଛନ୍ତି । କରଂଜିଆ, ବୌଦ୍ଧ, ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟ ନଗର ଓ ପୋଲସରାକୁ ମୁନିସିପାଲିଟି ମାନ୍ୟତା ମିଳିଛି ।
ବିଜ୍ଞାପିତ ଅଂଚଳ ପରିଷଦ ତାଲିକା ଭିତରେ ରହିଛି ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ନରସିଂହପୁର, ସାଲେପୁର ଓ ବଡ଼ମ୍ବା, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଓ ପାତ୍ରପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରାସଗୋବିନ୍ଦପୁର ଓ କପ୍ତିପଦା ।