ଶିକ୍ଷକତା ପାଇଁ ଟିଇଟି ପାସ୍ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ

ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଶିକ୍ଷକତା ଚାକିରି ପାଇଁ ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍ (ଟିଇଟି) ପାସ୍ କରିବା ଜରୁରୀ ବୋଲି ସୋମବାର ଦିନ କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଟିଇଟି ଜରୁରୀ କରାଯାଇଛି ।

କେତୋଟି ରାଜ୍ୟ ସରକାର ମାମୁଲି ଗ୍ରାଜୁଏଟ୍ ଯୁବକ ଯୁବତୀଙ୍କୁ ଠିକା ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

ଦେଶର ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆବଶ୍ୟକତା ରହିଛି । ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିନା କୌଣସି ବିଦ୍ୟାଳୟରେ ପାଠପଢ଼ା ସୁଚାରୁ ରୂପେ ସଂପନ୍ନ ହୋଇପାରିବନି ।

ଅତି କମ୍ ରେ ୫ ବର୍ଷ କାଳ ଶିକ୍ଷକତା କରୁଥିବା ଯୁବକ ଯୁବତୀମାନେ ଶିକ୍ଷକତା କରିବାକୁ ଚାହୁଁଥିଲେ, ଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ଜରୁରୀ ।

ଟିଇଟି ପାସ୍ କରି ନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବସର କାଳୀନ ସରକାରୀ ସୁବିଧା ଦାବି କରି ପାରିବେନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ଯୋଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ସମୟ ୫ ବର୍ଷ ବା ତା’ଠାରୁ କମ୍ ସମୟ ରହିଛି । ସେହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଟିଇଟି ନୀତି କୋହଳ କରାଯାଇଛି ।