ବିମାନ ଯାତ୍ରା କରୁଥିଲେ, ପାଖରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ବିମାନ ଯାତ୍ରା ସମୟରେ ଆପଣଙ୍କ ନିକଟରେ ଏହି ୫ଟି ଜିନିଷ ଆଦୌ ରଖନ୍ତୁ ନାହିଁ । ଆମ କଥାକୁ ପରତେ ନଗଲେ, ଆପଣ ବିପଦରେ ପଡ଼ିପାରନ୍ତି । ଆପଣଙ୍କୁ ସାବଧାନ କରିବା ଆମ କାମ । ମାନିବା ନମାନିବା ଆପଣଙ୍କ ନିଷ୍ପତି ।
ବିମାନ ଯାତ୍ରା କଲାବେଳେ ସାଙ୍ଗରେ ଛୁରୀ, କତୁରୀ, ବ୍ଲେଡ୍, ସ୍କୃ ଡ୍ରାଇଭର ଭଳି ଛୋଟିଆ ଛୋଟିଆ ଧାରୁଆ ସାମଗ୍ରୀ ନେବେ ନାହିଁ । ଏପରିକି ନଖ କାଟିବା ଯନ୍ତ୍ର ଓ ପକେଟ୍ ଛୁରିକା ମଧ୍ୟ ବାରଣ କରାଯାଇଛି । ତେବେ ଏହି ସାମଗ୍ରୀ ଗୁଡ଼ିକ ସିଲ ଅବସ୍ଥାରେ ଥିଲେ, ତାକୁ ସାଙ୍ଗରେ ନେଇପାରନ୍ତି ।
ବିମାନ ବନ୍ଦର ଗାଇଡ୍ ଲାଇନ୍ ମୁତାବକ ବିମାନ ଯାତ୍ରା ସମୟରେ ଆପଣ ସର୍ବନିମ୍ନ ୧୦୦ ମିଲି ତରଳ ପଦାର୍ଥ ପାଖରେ ରଖିପାରନ୍ତି । ଅତର, ସାମ୍ପୋ, ବଡି ସ୍ପ୍ରେ ଭଳି ତରଳ ଜିନିଷ ରଖି ପାରିବେ ।
ମାତ୍ର ୧୦୦ ମିଲିରୁ ଅଧିକ ପରିମାଣର ତରଳ ପଦାର୍ଥ ପ୍ରତି ବାରଣ କରାଯାଇଛି । ୧୦୦ ମିଲି ପରିମାଣର ତରଳ ଖାଦ୍ୟ ପାଖରେ ରଖି ଯାତ୍ରା କରିପାରିବେ ।
ବିମାନ ଯାତ୍ରା ସମୟରେ ପାଖରେ ଦହନଶୀଳ ପଦାର୍ଥ ନେବାକୁ ବାରଣ କରାଯାଇଛି । ଲାଇଟର, ଦିଆସିଲି ବକ୍ସ, ବାଣ, ରଙ୍ଗକୁ ବାରଣ କରାଯାଇଛି । ବିଶେଷ କରି ସହଜରେ ନିଅାଁ ଧରି ଯାଉଥିବା ସାମଗ୍ରୀ ନେଇପାରିବେନି ।
ବ୍ୟାଟ୍, ଗଲ୍ଫ କ୍ଲବ୍ସ, ହକି ଷ୍ଟିକ୍, ଟ୍ରେକିଂ ପୋଲ୍ସ, ହାତୁଡ଼ି ଭଳି ଓଜନଦାର କ୍ରୀଡ଼ା ଉପକରଣ ପାଖରେ ରଖି ଆପଣ ବିମାନ ଯାତ୍ରା କରିପାରିବେନି । ଏଭଳି ସାମଗ୍ରୀଗୁଡ଼ିକ କ୍ୟାବିନ୍ ବାଗେଜରେ ରଖି ଆପଣ ବିମାନରେ ଯାଇ ପାରିବେନି ।
ଲାପଟପ୍ ଓ ମୋବାଇଲ ଫୋନ୍ ସାଙ୍ଗରେ ନେଇପାରିବେ । କିନ୍ତୁ ଉଚ୍ଚକ୍ଷମତା ସଂପନ୍ନ ବ୍ୟାଟେରୀ, ଲିଥିୟମ୍ ସଂପନ୍ନ ଡିଭାଇସ୍, ହୋଭର ବୋର୍ଡସ ଭଳି ଜିନିଷଗୁଡ଼ିକ ପାଖରେ ରଖି ପାରିବେନି ।