ହୃଦଘାତରେ ଚାଲିଗଲେ କନ୍ନଡ଼ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ଡେଭିଡ୍
ହୃଦଘାତ ଶିକାର ହୋଇ ଚାଲିଯାଇଛନ୍ତି କନ୍ନଡ଼ ଚଳଚ୍ଚିତ୍ର ନିର୍ମତା ଡେଭିଡ୍
କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ମାତା ଏସ୍ ଏସ୍ ଡେଭିଡ୍ ଆଉ ନାହାନ୍ତି । ବେଶ ଚଳଚଂଚଳ ଥିଲେ ଡେଭିଡ୍ । ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ହଠାତ୍ ତାଙ୍କୁ ହୃଦଘାତ ଆକ୍ରମଣ କଲା ।
ବେହୋସ୍ ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏସ୍ ଏସ୍ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।
ନବେ ଦଶକରେ ଜଣେ ଆଗଧାଡ଼ିର ସଂଳାପ ଲେଖକ, ନିର୍ଦ୍ଦେଶକ ଭାବେ ଡେଭିଡ୍ ପରିଚିତ ଥିଲେ । ତାଙ୍କ ନିର୍ଦ୍ଦେଶିତ ‘ଧୈର୍ଯ୍ୟ, ଜୟ ହିନ୍ଦ’ କନ୍ନଡ଼ ଚଳଚ୍ଚିତ୍ର ଦୁନିଆକୁ ଜାତୀୟ ସ୍ତରରେ ପରିଚିତ କରିଥିଲା ।
‘ପୋଲିସ ଷ୍ଟୋରି’ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଡେଭିଡ୍ ।
ରବିବାର ଅପରାହ୍ଣ ସୁଦ୍ଧା ଡେଭିଡ୍ ଙ୍କ ମୃତଦେହକୁ ତାଙ୍କ ପରିବାର ଲୋକ ଗ୍ରହଣ କରିନାହାନ୍ତି । ତାଙ୍କ ପରିବାରରେ କେଉଁମାନେ ଅଛନ୍ତି, ତାହା କେହି ଜାଣନ୍ତିନି ।
ତାଙ୍କର ଜଣେ ଭଉଣୀ ଉଡୁପିରେ ରହୁଛନ୍ତି । ପୁଲିସ ତାଙ୍କ ସହିତ ଯୋଗାଯୋଗ କରିବାରୁ ସେ ସ୍ଥାନୀୟ ମଶାଣିରେ ଡେଭିଡ୍ ଙ୍କର ମରଶରୀରକୁ ପୋଡ଼ି ଦେବାକୁ ପୁଲିସକୁ ଅନୁରୋଧ କରିଥିଲେ ।