ଘରୋଇ କଳିର କରୁଣ ପରିଣତି: ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଫିଙ୍ଗିଦେଲା
ଘରୋଇ କଳି ଜଣେ ମହିଳାଙ୍କ ଜୀବନ ନେଇଯାଇଛି । ମହାରାଷ୍ଟ୍ରର ଭିୱାଣ୍ଡି ସହରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ।
ଅଭିଯୁକ୍ତ ପତିଙ୍କ ମୁଣ୍ଡକୁ ପାରା ଏତେମାତ୍ରରେ ଚଢ଼ିଗଲା ଯେ ବିଚରା ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲା ।
ସେତିକିରେ ରାଗ ଶାନ୍ତି ହେଲାନି ଯେ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ।
ପୁଲିସ ଅଭିଯୁକ୍ତ ପତିକୁ ଗିରଫ କରିଛି । ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି । କୋଉ କାରଣ ପାଇଁ ପତ୍ନୀଙ୍କୁ ହତ୍ୟା କଲା ପ୍ରଶ୍ନର ଜବାବରେ ଅଭିଯୁକ୍ତ କିଛି ସ୍ୱୀକାର କରିନି ।
ତେବେ ଘରୋଇ କଳି କ୍ରମେ ହତ୍ୟାକାଣ୍ଡ ରୂପ ନେଇଥିବା କଥା ପୁଲିସ ଆଶଙ୍କା କରିଛି । ପଡ଼ୋଶୀ ଲୋକମାନଙ୍କ କହିବାନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ କଳିକଜିଆ ଭିତରେ କଟୁଥିଲା ।
ସନ୍ଧାନୀ କୁକୁର ସହାୟତାରେ ମହିଳାଙ୍କ ମୃତଦେହର କଟା ଅଂଶଗୁଡ଼ିକ ଠାବ କରିବା ଆରମ୍ଭ କରିଛି ପୁଲିସ । ମୃତ ମହିଳାଙ୍କ ବୟସ ୨୫ରୁ ୨୮ ବର୍ଷ ଭିତରେ ହେବ ।