ଭିସା ନା ପାସପୋର୍ଟ: ବିନା କଟକଣାରେ ଯାଆନ୍ତୁ ନେପାଳ ଓ ଭୁଟାନ
ଭିସା ଦରକାର ନାହିଁ କି ଲୋଡ଼ା ନାହିଁ ପାସପୋର୍ଟ, ଆପଣ ବିନା କଟକଣାରେ ଯେ କୌଣସି ସମୟରେ ଏକା ଅବା ପରିବାର ସହିତ ହେଉ, ଆରାମରେ ନେପାଳ ଓ ଭୁଟାନ ଯାଇପାରିବେ, ସେଠାରେ ରହିପାରିବେ ଓ ବୁଲାବୁଲି କରିପାରିବେ ।
ନେପାଳ ଓ ଭୁଟାନ ଲୋକମାନେ ମଧ୍ୟ ଆମ ଦେଶକୁ ଆସି ଆରାମରେ ବୁଲାବୁଲି କରିପାରିବେ । ବସବାସ କରିପାରିବେ, ବେପାର ବଣିଜ କରିପାରିବେ ।
ଏହି ଧରଣର ସୁବିଧା ତିବତ୍ ନାଗରିକମାନଙ୍କୁ ମଧ୍ୟ ଦିଆଯାଇଛି । ବୁଧବାର ଦିନ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନେପାଳ ଓ ଭୁଟାନ ସହ ଭାରତର ଚଳପ୍ରଚଳ ବ୍ୟବସ୍ଥା ଉଭୟ ସଡ଼କ ଓ ଆକାଶ ପଥରେ ରହିଛି ।
ନୂତନ ବିଜ୍ଞପ୍ତି ଅନୁସାରେ ଭାରତର ସ୍ଥଳସେନା, ନୌସେନା ଓ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ବିନା ଭିସା ଅବା ପାସପୋର୍ଟରେ ନେପାଳ ଓ ଭୁଟାନ ଯାଇପାରିବେ ଓ ବୁଲାବୁଲି କରି ଫେରି ଆସିପାରିବେ ।
ଏହି ସୁବିଧା ତିନିସେନାର କର୍ମଚାରୀ ଓ ସେମାନଙ୍କ ପରିବାରକୁ ପ୍ରଦାନ କରାଯାଇଛି ।