୫୬ତମ ଜି ଏସ୍ ଟି ବୈଠକରେ ‘ମାର ମାର ଭଣ୍ଡାରିଆକୁ ମାର’ ନିଷ୍ପତି

‘ମାର ମାର ଭଣ୍ଡାରିଆକୁ ମାର’, ୫୬ତମ ଜି ଏସ୍ ଟି ବୈଠକରେ ଏମିତି କିଛି ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ରାଜ୍ୟର ପ୍ରତିନିଧି ଓ ବରିଷ୍ଠ ଅଧିକାରୀ ମହଲ ଯୋଗଦାନ କରିଥିଲେ ।

ବୈଠକ ଶେଷରେ ଗଣମାଧ୍ୟମକୁ ଜି ଏସ୍ ଟି ବୈଠକର ଲାଭକ୍ଷତି ବିଷୟ ଜଣାଇ ଦିଆଯାଇଥିଲା ।

ଟେକ୍ସଟାଇଲ ସାମଗ୍ରୀ, ସୌର କୁକର, କଲମ କାଗଜ କାଳି, ରବର ଭଳି ସାମଗ୍ରୀର ମୂଲ୍ୟାୟନ କମିଛି । ୧୨୦୦ ସିସି ତଳେ ଥିବା କ୍ଷୁଦ୍ର କାର, ୩୫୦ ସିସି ତଳେ ଥିବା ମୋଟର ସାଇକେଲ, ଅଟୋ ପାର୍ଟଗୁଡ଼ିକର ଦାମ କମିଛି ।

ସିନେମା ଟିକେଟ୍, ହୋଟେଲ ରହଣି ଦର କମିଛି । କର୍କଟ ପ୍ରତିରୋଧକ ଔଷଧ ସମେତ କିଛି ଜରୁରୀକାଳୀନ ଔଷଧର ଦର କମିଛି । ପନୀର, ପିଜା, ବ୍ରେଡ୍ , କାକରା, ଫଳରସ, ନଡ଼ିଆ ପାଣି, ଘିଅ, ଛେନା, ପାସ୍ତା ଓ ଆଇସ୍ କ୍ରିମ୍ ଦର କମିଛି ।

ଆମୋନିଆ ସାର, ନାଇଟ୍ରିକ୍ ଏସିଡ୍ , ସଲଫିଉରିକ୍ ଏସିଡ୍ ଦର କମିଛି । ଦାନ୍ତଘଷା ପାଉଡ଼ର, ଟୁଥ୍ ପେଷ୍ଟ, ସାମ୍ପୋ, ତେଲ, ସାବୁନ୍ ଦର କମିଛି । ଛତା ଦର କମିଛି । ହୋଟେଲ ଭଡ଼ା କମିଛି ।

ତମାଖୁ, ପାନ ମସଲା, ବିଳାସମୟ ଅଟୋମୋବାଇଲ ପାର୍ଟସ ଦର ବଢ଼ିଛି । ୨୦ରୁ ୪୦ ଲକ୍ଷ ଟଙ୍କା ଭିତରେ ଉପଲବ୍ଧ ବ୍ୟାଟେରୀଚାଳିତ ଗାଡ଼ି ଦର ବଢ଼ିଛି । କୋଇଲା ଦର ବଢ଼ିଛି । କିଛି ମନୋହାରୀ ଜିନିଷର ଦର ବଢ଼ିଛି ।