ଆତ୍ମହତ୍ୟା ହାର କମାଇବ ରାଜ୍ୟ ସରକାରଙ୍କ ‘ଜୀବନ ଜିନ୍ଦାବାଦ’

ରାଜ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଉଥିବାରୁ ତା’ର ପ୍ରତିକାରମୂଳକ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଓଡ଼ିଶା ପୁଲିସ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ‘ନମନ ଫାଉଣ୍ଡେସନ୍’ ଆରମ୍ଭ କରିବାକୁ ଯାଉଛି ବଡ଼ ଧରଣର ଜନ ସଚେତନ ଅଭିଯାନ ‘ଜୀବନ ଜିନ୍ଦାବାଦ ।

ଏହି ଅବସରରେ ଲୋକସେବା ଭବନରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ବୈଠକ । ମୁଖ୍ୟ ଶାସନ ସଚିବ, ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉକ୍ତ ବୈଠକରେ ଯୋଗଦାନ କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିଲେ ।

ଉଚ୍ଚଶିକ୍ଷା ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମଧ୍ୟ ଜନ ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିବେ ।

ସବୁ ଜିଲ୍ଲାର ସଦର ମହକୁମା, କଲେଜ ଓ ବିଦ୍ୟାଳୟରେ ଜନ ସଚେତନତା ଶିବିର ଆୟୋଜିତ ହେବ । କଳାକାରଙ୍କ ଜରିଆରେ ଏହି ଅଭିଯାନକୁ ସୁଦୂର ପ୍ରସାରୀ କରାଯିବ ।