ବିଜେଡି ନେତା ଦିଲୀପ ନାୟକଙ୍କ ଘର ଉପରେ ଚଢ଼ାଉ

ବିଜେଡି ନେତା ଦିଲୀପ ନାୟକଙ୍କ ଘର ଉପରେ ଆର୍ଥିକ ଅପରାଧିକ ଶାଖା ପକ୍ଷରୁ ଚଢ଼ାଉ କରାଯାଇଛି ।

ଶୁକ୍ରବାର ଦିନ ସରକାରୀ ଅଧିକାରୀଙ୍କ ଟିମ୍ ଦିଲୀପଙ୍କର କଟକ ବାଦାମବାଡ଼ି ନିକଟ ବାସଭବନରେ ହଠାତ୍ ପହଂଚି ଥିଲେ । କ’ଣ ପାଇଁ ଚଢ଼ାଉ କରାଯାଇଛି, ତା’ର କାରଣ ଗଣମାଧ୍ୟମକୁ ଜଣାଯାଇନି ।

୨୦୨୪ ନିର୍ବାଚନରେ ଦିଲୀପ ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଓ ହାରି ଯାଇଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଦିଲୀପ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ କରୁଥିଲେ ।

ବ୍ୟବସାୟ କ୍ଷେତ୍ରରେ କିଛି ଗଫଲତି କରିଥିବା ଆଶଙ୍କା କରାଯାଉଛି । ଦିଲୀପଙ୍କ ଘର ଉପରେ ଚଢ଼ାଉ ପଛରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କର ହାତ ନାହିଁ ତ!