ଆଜି ପୀଠ ରେ ଚାଲିଛି ସପ୍ତମୀ ପୂଜା | ଚଳଚଂଚଳ ହୋଇଛି ମାଙ୍କ ପୀଠ କିନ୍ତୁ ଆଜି ବିଭିନ୍ନ ପୂଜା ମଣ୍ଡପ ରେ ଷଷ୍ଠି ପୂଜା | ମାଙ୍କ ଆରାଧନା ରେ କମ୍ପୁଛି ପରିବେଶ | ସେଇଥିପାଇଁ ସଜେଇ ହେଇଚି ବିଭିନ୍ନ ପୂଜା ମଣ୍ଡପ | ଆଉ କିଛି ସମୟ ପରେ ଦର୍ଶନ ଦେବେ ମା ଦୁର୍ଗତି ନାଶିନୀ ମହିନ୍ଷମରଦିନୀ |
ଏହିପରିପେକ୍ଷୀରେ ଭୁବନେଶ୍ୱର ବମିଖାଲ ରେ ଦେଖିବେ ମୟୁର ପ୍ୟାଲେସ ଥିମ ପେଣ୍ଡାଲ | ଏଥିରେ ଆପଣ ଦେଖିବେ ମୟୁର ର ମୁହଁ ସହିତ LED ରେ ଦେଖିବେ ମୟୁର ପୂଛ |

ଏଥିସହିତ ଆପଣ ଝାରପଡା ରେ ଏବର୍ଷ ଦେଖିବେ ୨ଟି ମଣ୍ଡପ | ଏବର୍ଷ ଝାରପଡା ଜେଲ ଆଗରେ ହେଉଥିବା ଜାଗାରେ ପୂଜା ହେବ ନାହିଁ | ଗୋଟିଏ ଦେଖିବେ ଛୋଟ ମଣ୍ଡପ ଆଉ ଗୋଟେ ଦେଖିବେ ଝାରପଡା ମେଳଣ ପଡିଆ ରେ |

ସେହିପରି ବରମୁଣ୍ଡା ରେ ଦେଖିବେ କିଛି ନୂତନ ମେଢ଼ |

ସହିଦନଗର ରେ ଏଥର ଆପଣ ଦେଖିବେ ମହାଭାରତ ସମୟ ର ରୂପରେଖ ଏବଂ ଏବେ ସମୟ ର ରୂପରେଖ|

ନୂଆପାଲ୍ଲୀ ରେ କଥକଲ୍ଲୀ ନୃତ୍ୟ ସହିତ କିଛି ଭିର୍ଣ୍ଣ ପ୍ରକାର ତୋରଣ ହେଇଚି|
