ଜେଲ ଯିବେ ଥଲାପଥି!

ଶନିବାର ତାମିଲନାଡୁ ପାଇଁ ଥିଲା ଏକ ବ୍ଲାକ ଡେ। କାରଣ ତାମିଲନାଡୁ ସିନେ ସୁପରଷ୍ଟାର ତଥା ରାଜନେତା ବିଜୟ ଥାଲାପତିଙ୍କ ରାଲିରେ ହୋଇଥିଲା ଦଳାଚକଟା । ଏଥିରେ ମୃତ୍ୟୁସଂଖ୍ୟା 39କୁ ବୃଦ୍ଧି ପାଇଛି। 50ରୁ ଅଧିକ ହୋଇଛନ୍ତି ଆହତ। ତେବେ ମୃତକଙ୍କ ଭିତରେ 8 ଜଣ ଛୋଟ ପିଲା ଓ 16 ଜଣ ମହିଳା ଥିବା ନେଇ ମିଳିଛି ସୂଚନା। ଦେଖିବାକୁ ଗଲେ ତାମିଲନାଡୁ କରୁରରେ ହୋଇଥିଲା ଏହି ଭୟଙ୍କର ଦଳାଚକଟା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ।

 

ତେବେ କରୁର୍ ଏହାଥିଲା ବିଜୟଙ୍କ ପ୍ରଥମ୍ ରାଲି। ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା।ଭେଲୁସାମିପୁରମରେ ରାଲି ଆରମ୍ଭ ହୋଇଥିଲା।

 

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ବିଜୟ ଭାଷଣ ଦେଉଥିଲେ, ସେତେବେଳେ ହଠାତ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଗଲା, ଯାହା ସମଗ୍ର ଅଞ୍ଚଳକୁ ଅନ୍ଧାରରେ ବୁଡ଼ାଇ ଦେଲା। ପ୍ରବଳ ଭିଡ଼ ମଧ୍ୟରେ ଅନ୍ଧାର ବ୍ୟାପିଯିବାରୁ, ଆତଙ୍କ ସୃଷ୍ଟି ହେଲା । ଏପରିକି ଲୋକମାନେ ଆତଙ୍କିତ ହୋଇ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଚାପି ହୋଇଗଲେ, ଯାହା ଫଳରେ ଦୁର୍ଘଟଣା ଘଟିଥିଲା  ।

ସେହିପରି ପ୍ରଶାସନର କହିବା କଥା ହେଲା ବିଦ୍ୟୁତ ବିଭ୍ରାଟ ପରେ ଭିଡ଼ ଅସମ୍ଭାଳ ଥିଲା । ଯାହା ପରିସ୍ଥିତିକୁ ଖରାପ କରିଦେଇଥିଲା। ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ।  ଯାହାର ପ୍ରଭାବ ପିଲା ଏବଂ ବୃଦ୍ଧଙ୍କ ଉପରେ ପଡ଼ିଲା। ଅନେକ ଅଚେତ ହୋଇଗଲେ ।।ଆଉ କିଛି ଠେଲାପେଲାରେ ହରାଇଥିଲେ ପ୍ରାଣ । ଯାହା ଆଗାମୀ ଦିନରେ ବିଜୟଙ୍କ ବିରୋଧରେ ହୋଇପାରେ ବଡ ପ୍ରସଙ୍ଗ।