ଏମିତି ଗୋଟିଏ ଦୀପ ଯେଉଁଠି ଚାଲିଥାଏ ପଥର ମୁଦ୍ରା ବିନିମୟ ରେ ହୋଇଥାଏ ଜିନିଷ କିଣାବିକା

ଏମିତି ଗୋଟିଏ ଦୀପ ଯେଉଁଠି ଚାଲିଥାଏ ପଥର ମୁଦ୍ରା ବିନିମୟ ରେ ହୋଇଥାଏ ଜିନିଷ କିଣାବିକା

ଆମେ ଅନେକ ବର୍ଷରୁ କିଣାକିଣି ପାଇଁ ପଇସାର ବିନିମୟ ହୋଇ ଆସିଥିବାର ଜାଣିଥାଉ l  ଯେତେବେଳେ ପଇସା ନଥିଲା, ସେତେବେଳେ ଲୋକେ ଜିନିଷ ବିନିମୟ ରେ ଜିନିଷ କିଣାକିଣି କରୁଥିଲେ l ଯେପରିକି ଚାଉଳ ବଦଳରେ ପରିବା, ଗାଈ ବଦଳରେ ମେଣ୍ଢା, ଧାନ ବଦଳରେ ଚାଉଳ ଇତ୍ୟାଦି ଦିଆନିଆ ଥିଲା l  ସମୟ ସହିତ ମୂଲ୍ୟବାନ ରତ୍ନ ବଦଳରେ କିଣାକିଣି ହେଲା l  ଏହାପରେ ମୁଦ୍ରାର ପ୍ରଚଳନ ହେଲା l ଯେଉଁଥିରେ ତମ୍ବା ରୂପା ବିଭିନ୍ନ ଧାତୁ ର ମୁଦ୍ରାର ପ୍ରଚଳନ ହେଲା l  ସୁନା ଠାରୁ ନେଇ ପ୍ରତ୍ୟେକ ମୁଦ୍ରାର ଅଲଗା ଅଲଗା ମୂଲ୍ୟ ରହିଛି l ଏହାପରେ ଦୁନିଆରେ ମୁଦ୍ରା ର ପ୍ରଚଳନ ହେଲା , କିନ୍ତୁ ଦୁନିଆରେ ଏଭଳି ଗୋଟିଏ ସ୍ଥାନ ରହିଛି ଯେଉଁଠାରେ କାଗଜ ନୋଟ କିମ୍ବା କୌଣସି ମୁଦ୍ରା ବିନିମୟ ରେ ନୁହେଁ, ବରଂ ବଡ଼ ବଡ଼ ପଥର ବିନିମୟ ରେ ଜିନିଷ କିଣାକିଣି ହୋଇଥାଏ l

 

ହଁ ଆଜ୍ଞା, ସେହିଭଳି ଦୁନିଆରେ ଗୋଟିଏ ସ୍ଥାନ ରହିଛି, ପ୍ରଶାନ୍ତ ମହାସାଗର ରେ ଗୋଟିଏ ଦୀପ ରହିଛି, ଯେଉଁଠାରେ ଛୋଟ ରୁ ନେଇ ମଣିଷ ଆକୃତିର ମୁଦ୍ରା ପ୍ରଚଳନ ହୋଇଥାଏ l  ପାଖାପାଖି ୧୦୦ ସ୍କୋୟାର କିଲୋମିଟର ରେ ବ୍ୟାପ୍ତ ଥିବା ଏହି ଦୀପ ରେ ପ୍ରାୟ ୧୨ ହଜାର ଲୋକ ବସବାସ କରୁଛନ୍ତି, ଯାହା ଅନେକ ଗୁଡିଏ ଗାଁ ରେ ବିଭକ୍ତ ହୋଇଛି l ଏହି ଦୀପ ଟିର ନାମ ହେଉଛି ୟପ l ଏହି ଦୀପ ପ୍ରତ୍ୟେକ ଗାଁ ଓ ପ୍ରତି ପରିବାର ନିକଟରେ କିଛି ପଥର ମୁଦ୍ରା ରହିଛି l  ଏହାଛଡା ଏହି ଦୀପର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ବଡ଼ ବଡ଼ ପଥର ମଧ୍ୟ ରହିଛି l ଯାହା ନିକଟରେ ଯେତେ ଓଜନିଆ ପଥର ରହିଛି ସେ ସେତିକି ଧନୀ ଅଟେ l

 

ଏହି ଓଜନିଆ ପଥର ମଧ୍ୟରେ ଗୋଟିଏ ବଡ଼ କଣା ରହିଛି , ଯାହାକୁ କି ମୁଦ୍ରା ଆକାରରେ ଦିଆଯାଇ ଥାଏ ଓ ସେହି ବ୍ୟକ୍ତି ଉକ୍ତ ପଥର କୁ ଟାଣି ଯେପରି ନିଜ ଘର ପର୍ଯ୍ୟନ୍ତ ନେବା ପାଇଁ ସମ୍ଭବ ହୋଇ ପାରିବ l

 

ଏହି ଦୀପ ରେ ସ୍ତନ କରେନସି ର ପ୍ରଚଳନ କେବେ ଓ କେଉଁ କାରଣରୁ ହେଲା ତାହାର କୌଣସି ସୂଚନା ନାହିଁ l କେବଳ ସୂଚନା ଯୋଗ୍ୟ ଯେ ଏହି ଦୀପ ରେ କୌଣସି ବହୁମୂଲ୍ୟ ଧାତୁ ଓ କଞ୍ଚା ମାଲ ନମିଳିବା କାରଣରୁ ପଥର ମୁଦ୍ରାର ବିନିମୟ ହୋଇଥିଲା l  ଏଠାରେ ନା ସୁନା ନା କୋଇଲା ଅଛି ତେଣୁ ଏଠାକାର ଲୋକେ ଦୀର୍ଘ ବର୍ଷରୁ ଚୂନ ପଥର କୁ ମୁଦ୍ରା ଭାବରେ ବ୍ୟବହାର କରିବା ଆରମ୍ଭ କରିଥିଲେ l  ଏହି ଚୂନ ପଥର ପାଇଁ ଏଠାକାର ଲୋକେ ଡଙ୍ଗା ଯୋଗେ ନିଜ ଦୀପ ଠାରୁ ୪୦୦ କିଲୋମିଟର ଦୂର ପଲାଉ ଦୀପ କୁ ଯାଇ ଥାଆନ୍ତି l

 

ଏହାପରେ ଉକ୍ତ ଚୁନା ପଥର ମଧ୍ୟରେ ଗୋଟିଏ କଣା କରିଦିଅନ୍ତି ଓ ଏହି ପଥର ଉପରେ ନିଜ ଗାଁ ର କିମ୍ବା ନିଜ ପରିବାରର ନାଁ ଲେଖି ଦିଅନ୍ତି l  ଏହାକୁ ରାଇ କୁହାଯାଇ ଥାଏ l  ଏଠାକାର ଷ୍ଟୋନ କରେନ୍ସି ୟପବାସୀଙ୍କର ଜୀବନର ଗୋଟିଏ ଅଂଶ ହୋଇ ସାରିଛି l

 

ବଡ ଧରଣର ଲେନଦେନ ରେ ଏହି ବଡ଼ବଡ଼ ପଥରର ବିନିମୟ ହୋଇଥାଏ l  ଯେପରିକି ଏହି ଦୀପ ର ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା କିଛି ଭୁଲ ହୋଇଯାଇ ଥାଏ ତେବେ ସମାଜର ବୈଠକ ହୋଇଥାଏ ଓ ଏହି ମିଟିଂ ରେ ସ୍ଥିର ହୋଇଥାଏ ଯେ ଉକ୍ତ ବ୍ୟକ୍ତି ଗାଁ ନାମରେ ଗୋଟିଏ ବଡ ପଥର କରିଦେଇ ଥାଏ l  ଏହାର ବିଧିବଧ ଭାବରେ ରେକର୍ଡ ମଧ୍ୟ ରଖାଯାଇ ଥାଏ, ଯେପରିକି କୌଣସି ଭୁଲ ନହେଉ l  କିଛି ପଥର ଏତେ ଓଜନ ହୋଇଥାଏ ଯେ ତାହାକୁ ଟ୍ରାନ୍ସପୋର୍ଟ କରାଯାଇ ପାରି ନଥାଏ ଓ ସେଠାରେ ଛାଡିଦିଆ ଯାଇଥାଏ ଓ ତା ସହିତ ମଧ୍ୟ ସଚେତନ କରିଦିଆ ଯାଏ ଯେ ତାର ମାଲିକ କିଏ l

 

ଏହି ପଥର ଗୁଡିକ ର ମୂଲ୍ୟ ଖାନଦାନୀ ସୁନାଗହଣା ଠାରୁ ମଧ୍ୟ ମୂଲ୍ୟବାନ ବୋଲି କୁହାଯାଏ l  ଦ୍ଵିତୀୟ ବିଶ୍ୱଯୁଧ ବେଳକୁ ଟିକେ ସ୍ଥିତି ବଦଳିଲା, ଏହା ପୂର୍ବରୁ ଏହି ଦ୍ବୀପ ଉପରେ ସ୍ପେନ କବ୍ଜା କରିଥିଲା କାହିଁକି ନା ସମୁଦ୍ର ରାସ୍ତାରେ ସେନାଙ୍କୁ ପ୍ରସ୍ତୁତ କରାଯାଇ ପାରିବ l  ବିଶ୍ୱଯୁଧ ସମୟରେ ଜାପାନ ର ଇମ୍ପେରିୟଲ ଆର୍ମି ଏହାକୁ କବ୍ଜା କରିଥିଲା ଓ ଷ୍ଟୋନ  କାରେନ୍ସି ର ଅଲଗା ପ୍ରକାରର ଉପଯୋଗ ହେଲା ଲ ଗାଁ ଓ ଘର ଗୁଡ଼ିକରୁ କାରେନ୍ସି ଉଠାଇ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଗଲା l  ଏହାପରେ ଷ୍ଟୋନ କାରେନ୍ସି ସ୍ଥାନରେ ଆଧୁନିକ ମୁଦ୍ରାର ବ୍ୟବହାର ହେଲା କିନ୍ତୁ ବିବାହ ଭଳି ବଡ଼ ବଡ଼ କାର୍ଯ୍ୟରେ କିଣାକିଣି ପାଇଁ ପଥର ଏକ୍ସଚେଞ୍ଜ କରାଯାଇ ଥାଏ l