ଗିରଫ ହେଲେ ବାବା ପାର୍ଥ ସାରଥୀ । ମହିଳାଙ୍କୁ ଅସଦାଚରଣ କରିବା. ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ । ରବିବାର ଭୋର ୩ଟା ୩୦ ରେ ଆଗ୍ରାର ଏକ ହୋଟେଲରୁ ବାବା ଚୈତନ୍ୟାନନ୍ଦ ସରସ୍ବତୀ ଙ୍କୁ ଗିରଫ କରାଯାଇଛି ।
ସୂଚନା ମୁତାବକ ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ, ଆର୍ଥିକ ଦୁର୍ବଳ ବର୍ଗ ସ୍କଲାରସିପ୍ ଅଧୀନରେ ପ୍ରତିଷ୍ଠାନରେ ଅଧ୍ୟୟନରତ ୧୭ ରୁ ଅଧିକ ଛାତ୍ରୀ ତାଙ୍କୁ ଅସଦାରଣ କରିଥିଲେ। ଝିଅଙ୍କୁ ଅପମାନଜନକ ଭାଷା କହିବା, ଅନାବଶ୍ୟକ ଭାବେ ସ୍ପର୍ଶ କରିବା ଏବଂ ଆଇ ଲଭ ୟୁ ଓ ଅଶ୍ଳୀଳ ବାର୍ତ୍ତା ପଠାଇବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଥିଲା।
ଏହାପରେ ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ ସ୍ୱାମୀ ଚୈତନ୍ୟାନନ୍ଦଙ୍କୁ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଥିଲା। ତାଙ୍କୁ ଦେଶ ଛାଡି ପଳାଇବାକୁ ରୋକିବା ପାଇଁ ପୋଲିସ ଏକ ଲୁକ୍-ଆଉଟ୍ ନୋଟିସ୍ ଜାରି କରିଥିଲା।
ଶେଷରେ ଏହି ଆତ୍ମଘୋଷିତ ବାବା ଆଗ୍ରାରୁ ଧରାପଡ଼ିଲେ।
ଦିଲ୍ଲୀର ଏକ କୋର୍ଟ ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ ଦ୍ୱାରା ଦାୟର ଅଭିଯୋଗ ଆଧାରରେ ଦାୟର ହୋଇଥିବା ଆର୍ଥିକ ଅନିୟମିତତା ମାମଲା ସହିତ ଜଡିତ ପାର୍ଥସାରଥୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ପୋଲିସ କୋର୍ଟକୁ ଏହା ମଧ୍ୟ ଜଣାଇଥିଲା ଯେ ଅଭିଯୋଗ ହେବା ପରେ, ପାର୍ଥସାରଥୀ ଟ୍ରଷ୍ଟର ପ୍ରାୟ ୫୫ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ଏକ ନକଲି ପାସପୋର୍ଟ ମଧ୍ୟ ହାସଲ କରିଥିଲେ। ହେଲେ ଦେଶ ଛାଡ଼ି ଯିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।