ତାଣ୍ଡବ ରଚୁଛି ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ତାଣ୍ଡବ ରଚିଛି। କୋରାପୁଟ, ରାୟଗଡ଼ା ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ଦେଖାଯାଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ଥିବା ବେଳେ କେକେ ଲାଇନ୍ରେ ପଥର ପଡ଼ିବାରୁ ଟ୍ରେନ୍ଚଳାଚଳ ବାଧାପ୍ରାପ୍ତ ହୋଇଛି।   

କୋରାପୁଟରୁ ସୁନାବେଡ଼ଶକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡ଼ା ନିକଟ ଅସ୍ଥାୟୀ ପୋଲ ଉପରେ ଆଜି ଅପରାହ୍ଣରେଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ପୋଲ ଉପରେ ପାଣି ପ୍ରବାହିତ ହେବା କାରଣରୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଥିଲା। ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟରାୟଗଡ଼ା ରାସ୍ତାରେ ବଙ୍ଗଳାଗୁଡ଼ା ନିକଟରେ ଅସ୍ଥାୟୀ ପୋଲ ଉପରେଫୁଟ ଉଚ୍ଚରେ ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହେବାରୁ ସମସ୍ତ ଯାନବାହନକୁ ବିକଳ୍ପ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।

 

ଦଶମନ୍ତପୁର ବ୍ଲକ ବାଲିଘାଟ ଗାଁ ହାଇସ୍କୁଲ ନିକଟ ପୋଲ ନିକଟରେ ଆପ୍ରୋଚ ରୋଡ଼ ଧୋଇ ହୋଇଯାଇଛି। ପ୍ରବଳ ବର୍ଷାରେ ମୁରାନ ନଦୀରେ ଆସିଲା ପାଣି। ବ୍ରିଜର ଗୋଟେ ପଟେ ପୁରା ଭାସିଗଲା ରାସ୍ତା। ବାଲିଘାଟ, ବଗେଇପଦର ପରଜା ଗଦରୀ ଯିବା ଆସିବାରେ ସମସ୍ୟା ଦେଖାଦେଇଛି।