କଲବଲ କରୁଛି ବର୍ଷା

ରାଜ୍ୟରେ ପ୍ରବଳ ବର୍ଷା   ଗଭୀର ଅବପାତ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା    ଗୋପାଳପୁର ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ଗଭୀର ଅବପାତ   ଏହା ଉତ୍ତରଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ଗତି କରିଛି

ଫଳରେ ସାରା ରାଜ୍ୟରେ ବର୍ଷୁଛି ଭୀଷଣ ବର୍ଷା। କୋରାପୁଟରେ ଲଗାଣ ବର୍ଷ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  

 

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ ଗତ ୬ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୩କିମି ବେଗରେ ଉତ୍ତରଉତ୍ତରପଶ୍ଚିମ ଦିଗରେ ଗତିକରି ଗୋପାଳପୁର ଠାରୁ ୧୬୦କିମି ଦକ୍ଷିଣଦକ୍ଷିଣପୂର୍ବ ଦିଗରେ ଏବଂ ପୁରୀ ଠାରୁ ୨୦୦କିମି ଦକ୍ଷିଣରେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଆଜି ରାତି ସୁଦ୍ଧା ପାରାଦ୍ୱୀପ ଏବଂ ଗୋପଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ଏହାର ପ୍ରଭାବରେ  ସାରା ରାଜ୍ୟରେ ଜାରି ରହିଛି ବର୍ଷା ତେବେ ବର୍ଷାର ପରିମାଣ ପୁଣି ବୃଦ୍ଧି ପାଇବ ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ଭୀଷଣ ବର୍ଷା ନେଇ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି କନ୍ଧମାଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି