ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ କାଢ଼ି ନିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ଅଛନ୍ତି।
କିନ୍ତୁ ଶୁଭମନ ଗିଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଗିଲ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ଅଛନ୍ତି। ରୋହିତ ଏବଂ ବିରାଟ ଶେଷ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ 9 ତାରିଖରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ।
ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି–୨୦ ଖେଳିବ। ପ୍ରଥମ ଦିନିକିଆ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ୨୩ ଅକ୍ଟୋବରରେ ଆଡିଲେଡ୍ରେ ଏବଂ ତୃତୀୟ ମ୍ୟାଚ୍ ୨୫ ଅକ୍ଟୋବରରେ ସିଡନୀରେ ଖେଳାଯିବ। ଏହା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଟି-୨୦ ଦଳର ଅଧିନାୟକ ହେବେ।