ପାକିସ୍ତାନକୁ ପରାସ୍ତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ଭାରତୀୟ ମହିଳା କ୍ରିକେଟ୍ ଦଳ ICC ODI ବିଶ୍ୱକପ୍ 2025 ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।ରବିବାର ଦିନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ 88 ରନରେ ପରାସ୍ତ କରିଛି। ଦଳର ଅଧିନାୟିକା ହରମନପ୍ରୀତ କୌର ବିଜୟରେ ବହୁତ ଖୁସି ହୋଇଥିଲେ। ସେ ଦଳର ବିଜୟ ପାଇଁ କିଛି ଖେଳାଳିଙ୍କୁ ଶ୍ରେୟ ଦେଇଥିଲେ।

ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୭ ରନ୍ କରିଥିଲା, କିନ୍ତୁ ଶେଷ ବଲ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା।ଟିମ୍ ଇଣ୍ଡିଆ ଶେଷ ବଲ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। ପାକିସ୍ତାନ ବହୁତ ଚେଷ୍ଟା କରିଥିଲା କିନ୍ତୁ ୪୩ ଓଭରରେ କେବଳ ୧୫୯ ରନ୍ କରିପାରିଥିଲା। ସେମାନଙ୍କ ପକ୍ଷରୁ ସିଦ୍ରା ଅମିନ୍ ସର୍ବାଧିକ ୮୧ ରନ୍ କରିଥିଲେ।