ବିହାର ନିର୍ବାଚନ: ଛିଡ଼ିନି କଂଗ୍ରେସ-ଆରଜେଡି ଆସନ ବୁଝାମଣା

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ଛିଣ୍ଡି ପାରିନି କଂଗ୍ରେସ-ଆରଜେଡି ଆସନ ବୁଝାମଣା ।

ଲାଲୁ ଯାଦବ କବଳିତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ୱରେ ମହାଗଠବନ୍ଧନ ବିଜେପି ମେଂଟକୁ ମୁକାବିଲା କରୁଛି ।

ସୋମବାର ଦିନଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏ ଯାଏ କଂଗ୍ରେସକୁ କେତୋଟି ଆସନ ଛଡ଼ାଯିବ, ସେ ସଂପର୍କରେ ଲାଲୁ ପାଟି ଫିଟାଇନାହାନ୍ତି ।

ଲାଲୁ-ରାହୁଲଙ୍କ ଭିତରେ ଆସନ ବୁଝାମଣା ଆଲୋଚନା କେତେ ସଫଳ ହୋଇଛି, ତାହା ବିଜେପି ଶିବିର ଜାଣିପାରିନି । ମାତ୍ର ନୀତୀଶ କୁମାରଙ୍କ ଗଣ୍ଠିଧନ ଜେଡିୟୁ ବିତାଡିତ ଓ ଆରଜେଡି ସ୍ୱୀକୃତ ନେତାଙ୍କ ଭିତରୁ ସୁନୀଲ ସିଂ ଓ ନରେନ୍ଦ୍ର କୁମାର ସିଂଙ୍କ ଟିକେଟ୍ ନିଶ୍ଚିତ ହୋଇସାରିଛି ।

କୌତୁହଳର ବିଷୟ ହେଉଛି, ଆରଜେଡି ଶିବିରରେ ସନ୍ଧ୍ୟା ସମୟରେ ଯୋଉ ବ୍ୟକ୍ତିଙ୍କୁ ଦଳୀୟ ଟିକେଟ୍ ଦିଆଯାଇଥିଲା । ବିଳମ୍ବିତ ରାତିରେ ସେମାନଙ୍କୁ ଟିକେଟ୍ ଫେରାଇବା ପାଇଁ ପରାମର୍ଶ ଦିଆଯାଇଛି ।

ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି ।