BrahMos: ପାକିସ୍ତାନକୁ ବ୍ରହ୍ମୋସ୍ ମିସାଇଲ୍ କ୍ଷମତା ଜଣାଇଲେ ରାଜନାଥ
BrahMos: ପାକିସ୍ତାନକୁ ବ୍ରହ୍ମୋସ୍ ମିସାଇଲ୍ କ୍ଷମତା ଜଣାଇଲେ ରାଜନାଥ
ବ୍ରହ୍ମୋସ୍ (BrahMos) ମିଶାଇଲ ରେଂଜ ଭିତରେ ସଂପୂର୍ଣ୍ଣ ପାକିସ୍ତାନ ଅଛି । ‘ଅପରେସନ୍ ସିନ୍ଦୁର’ କେବଳ ମାତ୍ର ଏକ ଟ୍ରେଲର ଥିଲା ।
ଶନିବାର ଦିନ ଲକ୍ଷ୍ନୌରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ଅପରେସନ୍ ସିନ୍ଦୁର’ର ସଫଳତା ବଖାଣିବା ସହ ଏମିତି ଏକ ଧମକ ପାକିସ୍ତାନକୁ ପ୍ରଦାନ କରିଛନ୍ତି ।
ରାଜନାଥ କହିବାକୁ ଚାହିଁଛନ୍ତି ଯେ ଭାରତର ପ୍ରତିରକ୍ଷା ଶକ୍ତି ଏତେ ଶିଖରକୁ ପହଂଚି ଯାଇଛି ଯୋଉଠି ବିଜୟ ଆମର ଅଭ୍ୟାସଗତ ।
ଅପରେସନ୍ ସିନ୍ଦୁର’ ସେହି ବିଜୟର ଏକ ଛୋଟିଆ ଉଦାହରଣ ।
ଲକ୍ଷ୍ନୌସ୍ଥିତ ସରୋଜିନୀ ନଗରରେ ପ୍ରତିଷ୍ଠିତ ବ୍ରହ୍ମୋସ୍ ମିସାଇଲ ପରୀକ୍ଷଣ କେନ୍ଦ୍ରକୁ ଲୋକାର୍ପଣ କରିବା ପରେ ରାଜନାଥ ସିଂ ସମବେତ ଜନତାଙ୍କ ନିକଟରେ ଭାରତର ସାମରିକ ଶକ୍ତି ପରାକାଷ୍ଠା ବଖାଣିଥିଲେ ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ ।
ରାଜନାଥଙ୍କ ସୂଚନାନୁସାରେ ଭାରତ ନିକଟରୁ ବ୍ରହ୍ମୋସ୍ ମିସାଇଲ କିଣିବା ପାଇଁ ଦୁଇଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି ।
ଆଗାମୀ ଭବିଷ୍ୟତରେ ଭାରତରୁ ଉତ୍ପାଦିତ ପ୍ରତିରକ୍ଷା ସାମଗ୍ରୀମାନ ଆନ୍ତର୍ଜାତିକ ବଜାର ବାଟ ଦେଇ ସାରା ପୃଥିବୀକୁ ଦଖଲ କରିବ ।
ଭାରତ ନିଜେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବା ସହିତ ସହଯୋଗୀ ଦେଶଗୁଡ଼ିକୁ ଶକ୍ତିଶାଳୀ କରିଦେବ ।