Hungary Meet: ହଙ୍ଗେରୀରେ ପୁଟିନଙ୍କ ଗିରଫଦାରି ମସୁଧା

Hungary Meet: ହଙ୍ଗେରୀରେ ପୁଟିନଙ୍କ ଗିରଫଦାରି ମସୁଧା

ହଙ୍ଗେରୀରେ ପୁଟିନଙ୍କ ସହିତ ଏପରି କିଛି ଘଟିବାକୁ ଯାଉଛି, ସାରା ଦୁନିଆରେ ପ୍ରତିଷ୍ଠିତ ରାଜନେତାଙ୍କ ଆଖିରେ ପଲକ ପଡୁନି ।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ରୁଷିଆ ରାଷ୍ଟ୍ରପତି ପୁଟିନ ହଙ୍ଗେରୀ ଯାତ୍ରା କରିଛନ୍ତି ।

ତେବେ ସେଠାରେ ତାଙ୍କୁ ଗିରଫ କରିବା ପାଇଁ ଯୋଜନା ଚାଲିଛି ।

ପୁଟିନଙ୍କୁ ଗିରଫ କରିବା ସମ୍ଭବ ନୁହେଁ ବୋଲି କ୍ରେମଲିନ୍ ଚେତାବନୀ କରିଛି ।

ଆଲାସ୍କା ଆଲୋଚନା ବିଫଳ ହେବା ପରେ ପରବର୍ତ୍ତୀ ଆଲୋଚନା ପାଇଁ ଉଭୟ ଟ୍ରମ୍ପ-ପୁଟିନ ହଙ୍ଗେରୀକୁ ଚୟନ କରିଛନ୍ତି ।

ଇତି ମଧ୍ୟରେ ଆନ୍ତର୍ଜାତିକ ଅଦାଲତ (ଆଇସିସି) ପୁଟିନଙ୍କୁ ଯୁଦ୍ଧ ଅପରାଧି ଭାବେ ଘୋଷଣା କରି ଗିରଫ ପରୱାନା ଜାରି କରିଛି ।

ପୁଟିନଙ୍କୁ ଗିରଫ କରିବା ଏତେ ସହଜ ନୁହେଁ ବୋଲି ଅଧିକାଂଶ ଦେଶ ଜାଣନ୍ତି ।

ୟୁରୋପୀୟ ସଂଘ ପକ୍ଷରୁ ରୁଷିଆ ପ୍ରତି ଲାଗୁ କଟକଣାକୁ ଅତିକ୍ରମ କରି ପୁଟିନଙ୍କୁ ବୁଡାପେଷ୍ଟରେ ପହଂଚାଇବା ପାଇଁ କ୍ରେମଲିନ୍ ପକ୍ଷରୁ ଚେଷ୍ଟା ଚାଲିଛି ।

୨୦୨୩ ମସିହାରେ ପୁଟିନଙ୍କ ବିରୋଧରେ ଜାରି ଆଇସିସି ୱାରେଂଟ ଅଦ୍ୟାବଧି ବଳବତ୍ତର ରହିଛି ।

ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ କିଛି ୟୁକ୍ରେନ ବିଦ୍ୟାଳୟକୁ ରୁଷୀୟ ରକେଟ୍ ଆଂଶିକ ଅବା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିଥିଲା ।

ବିଦ୍ୟାଳୟରେ ଅଧ୍ୟୟନରତ କିଛି ପିଲା ରକେଟ୍ ମାଡ଼ରେ ପ୍ରାଣ ହରାଇଲେ ।

ଉକ୍ତ ମାମଲାର ବିଚାର କରି ଆଇସିସି ପୁଟିନଙ୍କୁ ଯୁଦ୍ଧ ଅପରାଧି ଘୋଷଣା କରିଥିଲେ ।