Pitabas Panda Murder Case: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ

Pitabas Panda Murder Case: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବୁଧବାର ଦିନ ପୂର୍ବତନ ବିଧାୟକ ଓ ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ।

ଆଜି ସୁଦ୍ଧା ପ୍ରାୟ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି ।

ଅଭିଯୁକ୍ତଙ୍କ ଗହଣରେ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିନ୍ଟୁ ଦାସ, କର୍ପୋରେଟର ମଳୟ ବିଶୋୟୀ, ଛାତ୍ର ନେତା ମଦନ ଦଳେଇ, ଦୁଇଜଣ ସାର୍ପସୁଟର, ଜଣେ ସ୍ଥାନୀୟ ସୁଟର ଅଛନ୍ତି ।

ପୁଲିସ ତଦନ୍ତ ଏ ଯାଏ ସରିନି । ଆଗାମୀ ଦିନରେ ଆହୁରି କିଛି ଲୋକଙ୍କୁ ଗିରଫ କରାଯିବାର ଆଶଙ୍କା ବୃଦ୍ଧି ପାଇଛି । ପୀତବାସ ପଣ୍ଡାଙ୍କ ମାମଲାରେ ପୁଲିସ ଶତାଧିକ ଲୋକଙ୍କୁ ଜେରା କରିବା ସହିତ ୭୦ରୁ ଅଧିକ ସିସିଟିଭି ଫୁଟେଜ ଯାଂଚ କରିଛି ।

ପୀତବାସ ପଣ୍ଡାଙ୍କ ଗିରଫଦାରିକୁ ପ୍ରତିବାଦ କରି ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଥାନାକୁ ଘେରାଉ କରିଥିଲେ ।

ପୀତବାସଙ୍କ ହତ୍ୟା ମାମଲାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସଂପୃକ୍ତି ସନେ୍ଦହ କରାଯାଉଥିଲା ।

ପୁଲିସ ହତ୍ୟାକାଣ୍ଡର କାରଣ ଅଦ୍ୟାବଧି ଜାଣି ପାରିଲାନି ।