Fire in Capital Market: ରାଜଧାନୀର ଏକ ନମ୍ବର ହାଟରେ ହଠାତ୍ ନିଆଁ ଲାଗିଗଲା ।
ଆଖି ପିଛୁଳାକେ ୪୦ଟା ଦୋକାନ ହୁତ ହୁତ ହୋଇ ଜଳିଗଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା ।
ସୂଚନା ମୁତାବକ ଦିନ ପ୍ରାୟ ସାଢ଼େ ଦୁଇଟା ସମୟରେ ହାଟ ଭିତରେ ଥିବା ତେଜରାତି ଦୋକାନରେ ନିଆଁ ଲାଗିଥିଲା ।
ନିଆଁ ଲିଭା କାମରେ ପ୍ରାୟ ୧୫ଟି ଦମକଳ ନିୟୋଜିତ କରାଯାଇଥିଲା । ଦେଢ଼ଶହରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା କାମରେ ମୁତୟନ କରାଯାଇଥିଲା ।
ତେଜରାତି ଦୋକାନରେ ମହଜୁଦ ଦହନଶୀଳ ପଦାର୍ଥ କାରଣରୁ ନିଆଁ କମ୍ ସମୟ ଭିତରେ ବ୍ୟାପି ଯାଇଥିଲା ।
ଶୁଣିବାକୁ ମିଳୁଛି, ଭୁବନେଶ୍ୱର ମହାନଗର ନିଗମ ଏକ ନମ୍ବର ହାଟ ଭିତରେ ବ୍ୟବସାୟୀଙ୍କ ନିକଟରୁ ମାହାସୁଲ ଆଦାୟ କରିବାକୁ ଯେତିକି ତତ୍ପର, ଦୋକାନୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବସାଇବା ପ୍ରତି ସେତିକି ସଚେତନ ନୁହେଁ ।