Fake currency racket: ଫଟୋକପି ମେସିନରେ ଛାପୁଥିଲେ ୫୦୦, ୨୦୦ ଟଙ୍କିଆ ନୋଟ୍
Fake currency racket: ଫଟୋକପି ମେସିନରେ ଛାପୁଥିଲେ ୫୦୦, ୨୦୦ ଟଙ୍କିଆ ନୋଟ୍
ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ପୁଲିସ ହାତରେ ଧରା ପଡ଼ିଛନ୍ତି ନକଲି ନୋଟ୍ ଧନ୍ଦା ଚଳାଇଥିବା ଗୋଠ ।
ପୁଲିସ ନକଲି ନୋଟ୍ ଆଡ୍ଡାରୁ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୦ଟି ୨୦୦ ଟଙ୍କିଆ ନକଲି ନୋଟ୍, ଦେଶୀ ବନ୍ଧୁକ, ତିନୋଟି ଗୁଳି, ଗୋଟିଏ ମୋବାଇଲ ଓ କାର ଜବତ କରାଯାଇଛି ।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ଗ୍ରାମାଂଚଳ ଦୋକାନୀମାନେ ନକଲି ନୋଟକୁ ଅସଲି ଭାବି ଧୂର୍ତ୍ତ ଲୋକଙ୍କ ନିକଟରୁ ଗ୍ରହଣ କରୁଥିଲେ ।
ଦୋକାନ ଭିଡ଼ ସମୟରେ ଦୋକାନୀ ହାତକୁ ନକଲି ନୋଟ୍ ବଢ଼ାଇ ଅସଲି ଜିନିଷ ନେଇ ଯାଉଥିଲେ । ପରେ ସେଗୁଡ଼ିକୁ ଆପଣା ଆପଣା ଭିତରେ ବାଂଟି ନେଉଥିଲେ ।
ଧରା ପଡ଼ିଥିବା ଅଭିଯୁକ୍ତମାନେ ପୁଲିସ ଆଗରେ ମାନିଛନ୍ତି ଯେ ସେମାନେ ଆଗ୍ରା ବାହାରକୁ ଯାଇ ନକଲି ନୋଟ୍ ଆଣୁଥିଲେ ଓ ସେଗୁଡ଼ିକୁ ମଉକା ଦେଖି ବ୍ୟବହାର କରୁଥିଲେ ।