Black Friday Leads 20 Life: ଅଶୁଭ ଶୁକ୍ରବାର ନେଇଗଲା ୨୦ ମୁଣ୍ଡ

Black Friday Leads 20 Life: ଅଶୁଭ ଶୁକ୍ରବାର କୁହା ନଯିବ କାହିଁକି?

କେତେ ଆନନ୍ଦ ଉଲ୍ଲାସ ଭିତରେ ଯାଉଥିଲା ବସଟି । କିଛି ଯାତ୍ରୀ ଆରାମରେ ଶୋଇ ଯାଇଥିଲେ । କିଛି ଯାତ୍ରୀ ଝରକା ବାଟ ଦେଇ ବାହାର ଦୃଶ୍ୟ ଉପଭୋଗ କରୁଥିଲେ ।

କିଏ ଜାଣିଥିଲା, ବସଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଓ ଯାତ୍ରୀଙ୍କ ଜୀବନକୁ ସଂକଟରେ ପକାଇବ?

ଭୋର ସାଢ଼େ ତିନିଟା ସମୟରେ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲା ଚିନ୍ନାତେକୁର ନିକଟରେ ଘରୋଇ ଭଲଭୋ ବସଟି ବାଇକକୁ ପିଟିବା ପରେ ହଠାତ୍ ଜଳି ଉଠିଥିଲା ।

ଜଳନ୍ତା ବସ୍ ଭିତରୁ ଯାତ୍ରୀମାନେ ହଠାତ୍ ବାହାରି ପାରିଲେନି । କଲବଲ ହୋଇ ଜଳିଗଲେ ୨୦ ଜଣ ଯାତ୍ରୀ ।

ଜୀବିତ ୧୮ ଜଣ ଯାତ୍ରୀଙ୍କର ପରିଚୟ ମିଳିଛି । ପୁଲିସ ସୂଚନା ମୁତାବକ ଜଳନ୍ତା ବସ ଭିତରେ କିଛି ଯାତ୍ରୀ ସଂପୂର୍ଣ୍ଣ ଜଳି ଯାଇଛନ୍ତି । ସେମାନଙ୍କ ଦେହାବଶେଷ ଠାବ କରିବା ପୁଲିସ ପାଇଁ ଚାଲେଂଜ ହେଲାଣି ।

ବସଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁସାରେ ବସଟିର ଆଗପାଖରେ ପ୍ରଥମେ ନିଆଁ ଲାଗିଥିଲା । ପରେ ପରେ ପଛଆଡ଼କୁ ବ୍ୟାପି ଯାଇଥିଲା ।

ବସଟିର ଜରୁରୀକାଳୀନ ଦ୍ୱାରଟି ସହସା ଖୋଲିଲାନି । ତଥାପି କିଛି ଯାତ୍ରୀ ଜରୁରୀକାଳୀନ ଦ୍ୱାରଟିକୁ ଭାଙ୍ଗି ପଦାକୁ ବାହାରି ଆସିଲେ ।

ଦୁର୍ଘଟଣା ସମୟରେ ସଂପୃକ୍ତ ଅଂଚଳରେ ପ୍ରବଳ ବର୍ଷା ହେଉଥିଲା ।

ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ କୁର୍ନୁଲ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଜଳନ୍ତା ବସଟିକୁ ନିଆଁ କବଳରୁ ଉଦ୍ଧାର କରିଥିଲେ ।

ଦୁର୍ଘଟଣା ପରେପରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ପ୍ରବଳ ଜାମ୍ ହୋଇ ଯାଇଥିଲା ।