ଅବାରିଆ ପଡ଼ିଲା ଛାଡ଼ଖାଇ; ମାନ୍ଦା ପଡ଼ିଲା ଆଇଁଷ ବେପାର..

କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ …

 କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡଖାଇ ପାଳନ କରାଯାଇଥାଏ । ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଚଳିତବର୍ଷ ଗତକାଲି ଅର୍ଥାତ ବୁଧବାରରେ ପଡିଥିଲା କାର୍ତ୍ତିକ ପୁର୍ଣ୍ଣିମା । ଆଜି ହେଉଛି ଛାଡ଼ଖାଇ । କିନ୍ତୁ ଆଜି ବାରଟି ଗୁରୁବାର ଥିବାରୁ ପ୍ରାୟ ସମସ୍ତଙ୍କ ଘରେ ଆମିଷ ନିଷେଧ ଥାଏ । ତେଣୁ ଏବର୍ଷ ଛାଡ଼ଖାଇରେ ଆମିଷ ବଜାର ମାନ୍ଦା ରହିଛି । ସେଥିପାଇଁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ।

ତେବେ ଚଳିତବର୍ଷ ୭ କୋଟି ଟଙ୍କାର ବେପାର ପାଇଁ ଆଶା ରଖିଛନ୍ତି ଆମିଷ ବେପାରୀ। ଗତବର୍ଷ ଛାଡଖାଇରେ ଟ୍ଵିନ ସିଟିରେ ୮ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଆମିଷ ବେପାର ହୋଇଥିଲା। ସେଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୫ କୋଟିର ଆମିଷ ବେପାର ହୋଇଥିଲା। ଏଥରକ ଉଭୟ ସହରରେ ୧୦ କୋଟିର ବେପାର ହେବ ବୋଲି ଆକଳନ କରାଯାଇଛି।