ଆମେରିକା ବିକାଶରେ ଭାରତୀୟଙ୍କ ଅବଦାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌୧-ବି ଭିସା ….

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌୧-ବି ଭିସା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଏବେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଭାରତୀୟ । ଭିସା ଫି ଅନେକ ଥର ବୃଦ୍ଧି କରାଯାଇଛି ।
ଟ୍ରମ୍ପ ପ୍ରଶାସନର ଏହି କଠୋର ଆଭିମୁଖ୍ୟ ମଧ୍ୟରେ, କୋଟିପତି ବ୍ୟବସାୟୀ ଏଲନ୍ ମସ୍କ ଭାରତୀୟମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଆମେରିକାର ବିକାଶରେ ଭାରତୀୟମାନଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି । ଭିସା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମର୍ଥନ କରିଛନ୍ତି ।

ଆମେରିକାର ଏରୋସ୍ପସ୍ କମ୍ପାନୀ ସ୍ପେକ୍ସ ଏକ୍‌ସ ସିଇଓ ଏଲନ ମସ୍କ ଏଚ୍‌୧-ବି ଭିସାକୁ ଦୃଢ଼ ସମର୍ଥନ କରି କହିଛନ୍ତି, ଭାରତରୁ ଆସୁଥିବା ପ୍ରତିଭାଶାଳୀ ଲୋକଙ୍କ ପାଇଁ ଆମେରିକା ବହୁତ ଲାଭ ପାଇଛି । ସେ ଚେତାବନୀ ଦେଇଛନ୍ତି ଯେ, ଭିସା କାର୍ଯ୍ୟକ୍ରମ ସମାପ୍ତ କରିବା ଆମେରିକା ପାଇଁ ପ୍ରକୃତରେ ବିନାଶକାରୀ ହେବ । ସେ କହିଛନ୍ତି ଯେ, ଆମେରିକାକୁ ପୂର୍ବ ଅପେକ୍ଷା ଅଧିକ ଭାରତୀୟ କୁଶଳୀଙ୍କ ଆବଶ୍ୟକତା ରହିଛି ।

ଏଲନ୍ ମସ୍କ ସ୍ୱୀକାର କରିଛନ୍ତି ଯେ, ଆଉଟସୋର୍ସିଂ କମ୍ପାନୀ ଗୁଡ଼ିକ ଭିସା ବ୍ୟବସ୍ଥାର ଅପବ୍ୟବହାର କରନ୍ତି । ସେ କହିଛନ୍ତି, ଏହି ଅଭାବକୁ ଦୂର କରିବା ଉଚିତ, ନୁହେଁ କି ଭିସାକୁ ବନ୍ଦ କରିଦେବା ।
ନିବେଶକ ତଥା ଉଦ୍ୟୋଗୀ ନିଖିଲ କାମତଙ୍କ ଏକ ପୋଡକାଷ୍ଟରେ ଏକ ସାକ୍ଷାତକାର ସମୟରେ ଏଲନ୍ ମସ୍କ ଏହି ମନ୍ତବ୍ୟ ଦେଇଛନ୍ତି ।

ମସ୍କ କହିଛନ୍ତି, \”ମୁଁ ଭାବୁଛି ଯେ ଆମେରିକାକୁ ଆସିଥିବା ପ୍ରତିଭାଶାଳୀ ଭାରତୀୟଙ୍କଠାରୁ ବହୁତ ଲାଭ ପାଇଛି । ଆମେରିକା ଭାରତର ପ୍ରତିଭାରୁ ଅତ୍ୟନ୍ତ ଲାଭ ପାଇଛି ।’
ଏଚ୍‌୧-ବି ଭିସା ସମ୍ପର୍କରେ, ଏଲନ୍ ମସ୍କ କହିଛନ୍ତି ଯେ କାର୍ଯ୍ୟ ଭିସା କାର୍ଯ୍ୟକ୍ରମର କିଛି ଅପବ୍ୟବହାର ହୋଇଥିଲେ ମଧ୍ୟ, ସେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ । ସେ କହିଛନ୍ତି, \”ଏହା କହିବା ଉଚିତ ହେବ, କିଛି ଆଉଟସୋର୍ସିଂ କମ୍ପାନୀ ଏଚ୍‌୧-ବି ବ୍ୟବସ୍ଥାର ଅପବ୍ୟବହାର କରିଛନ୍ତି, ଏବଂ ଆମକୁ ଏହି ଅପବ୍ୟବହାର ବନ୍ଦ କରିବାକୁ ପଡିବ । କିନ୍ତୁ ମୁଁ ଏହି ଚିନ୍ତାଧାରାର ଅଂଶ ନୁହେଁ ଯେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ।

ମୁଁ ବିଶ୍ୱାସ କରେ, ସେମାନେ ବୁଝି ପାରୁନାହାଁନ୍ତି, ଏପରି କରିବା ପ୍ରକୃତରେ ବିନାଶକାରୀ ହେବ ।’
ଏଲନ୍ ମସ୍କଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଯୁକ୍ତରାଷ୍ଟ୍ର ‘ଏଚ୍‌୧-ବି’ ଭିସା ଅପବ୍ୟବହାର ରୋକିବା ପାଇଁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ଗୁଡ଼ିକ ବିଦେଶୀମାନଙ୍କୁ ନିଯୁକ୍ତି ଦେବା ପାଇଁ ଏହି ଭିସାକୁ ବ୍ୟାପକ ଭାବରେ ବ୍ୟବହାର କରନ୍ତି ।

ଭାରତୀୟ ବୃତିଗତ, ବିଶେଷ କରି ପ୍ରଯୁକ୍ତିବିଦ୍ୟା କର୍ମଚାରୀ ଏବଂ ଡାକ୍ତର, ଏଚ୍‌୧-ବି ଭିସା ଧାରକଙ୍କ ସବୁଠାରୁ ବଡ଼ ଗୋଷ୍ଠୀ ।