ଏବେ ଭାରତ ଅଧିକ ଭାରବାହୀ ରକେଟ୍ ‘ଏଲ୍ଭିଏମ୍୩’ ପାଇଁ ଅର୍ଦ୍ଧତରଳ ଇନ୍ଧନ ବ୍ୟବହାର କରୁଛି । ଆରଡି-୧୯୧ ଇଂଜିନ ବଳରେ ଭାରତ ତରଳ ଅକ୍ସିଜେନ୍କୁ ଇନ୍ଧନ ଭାବେ ବ୍ୟବହାର କରିବ ଯାହା ବହୁତ ହାଲୁକା ଓ ଶସ୍ତା । ପୁନର୍ବାର ଆରଡି-୧୯୧ ବଳରେ ଭାରତ ମହାକାଶକୁ ପ୍ରାୟ ୨୦୦ ଟନ୍ ଓଜନ ବିଶିଷ୍ଟ ମାଲ ପଠାଇ ପାରିବ ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ରୁଷିଆ ସହିତ ହାତ ମିଳାଇଛି । ଭାରତ ‘ଚନ୍ଦ୍ରଯାନ, ଗଗନଯାନ, ମାନବଯୁକ୍ତ ଉପଗ୍ରହ’ ମହାକାଶକୁ ପଠାଇବ । ଉକ୍ତ ମିଶନରେ ଭାରତ ଆରଡି-୧୯୧ ଇଂଜିନ ବ୍ୟବହାର କରିବ । ଆରଡି-୧୯୧ ବଳରେ ଭାରତ ଆମେରିକା ଓ ଚୀନ ସମକକ୍ଷ ହେବ ।