ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ବରୀ ବିଧାୟକ

ବରୀ ଅଞ୍ଚଳର ସାରନ୍ଦା ପାଟ ଭାବେ ପରିଚିତ ….

ବରୀ: ବରୀ ଅଞ୍ଚଳର ସାରନ୍ଦା ପାଟ ଭାବେ ପରିଚିତ ସହ ସହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ଜମି ରହିବା ଯୋଗୁଁ ଚାଷୀ ମାନେ ସେହି ଜମି ଉପରେ ଚାଷ କରିବା ସମ୍ଭବ ହେଉନଥିଲା। ବିଭିନ୍ନ ସମୟରେ ଏହି ଅଞ୍ଚଳର ଚାଷୀ ତଥା ବୁଦ୍ଧିଜୀବୀ ମାନେ ବନ୍ୟା ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବାକୁ ଦାବି କରି ଆସୁଥିଲେ। ସ୍ଥାନୀୟ ଚାଷୀ ମାନଙ୍କ ଦାବିକୁ ଗୁରୁତୁ ଦେଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଡ୍ରେନେଜ୍ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଘଟଣା ସ୍ଥଳକୁ ଆଣି କିଭଳି ଭାବରେ ବନ୍ୟା ଜଳ ନିଷ୍କାସନ ହେବା ସହିତ ବୁଡି ରହୁଥିବା ଜମି ଗୁଡ଼ିକ ଚାଷ ଉପଯୋଗୀ ହୋଇ ପାରିବ ବ୍ୟାପକ ଆଲୋଚନା କରିଥିଲେ। ଆଜି ସରକାରଙ୍କ ଡ୍ରେନେଜ ବିଭାଗ ପକ୍ଷରୁ ଲକ୍ଷ୍ୟ ମଞ୍ଜୁର ହୋଇ ଟେଣ୍ଡର ହେବା ପରେ ବିଧାୟକ ଶ୍ରୀ ମଲ୍ଲିକ ଏହି କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଯାହା ଫଳରେ ବରୀ, ଅରଙ୍ଗାବାଦ୍, ଅଲିପୂର୍, ବାଲିବିଲୀ ପ୍ରଭୃତି ପଞ୍ଚାୟତର ଚାଷ ଜମି ରହୁଥିବା ଚାଷୀ ମାନେ ବିଧାୟକଙ୍କ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ବିଧାୟକଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ସମେତ ବ୍ଲକ୍ ଉପାଧକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲାପରିଷଦ ସଭ୍ୟ ଦିଲୀପ ମହାନ୍ତି, ସନ୍ତୋଷ ସାମଲ, ବରୀ ବିଜେଡି ସଭାପତି କେଦାର ସାମଲ ଜିଲ୍ଲାପରିଷଦ ପ୍ରତିନିଧି ବୁଲୁ ଯାଦବ, ସମାଜସେବୀ ଅରବିନ୍ଦ ମହାନ୍ତି, ମାନଗୋବିନ୍ଦ ସାମଲ, ଦିଲୀପ ବେହେରା, ପ୍ରସନ୍ନ ସାମଲ, ରତିକାନ୍ତ ଜେନା, ସୁଶାନ୍ତ ବେହେରା, ସାଗର ରାଏ, ପ୍ରଫୁଲ୍ଲ ସାମଲ, ପ୍ରମୋଦ ନାଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।