ବିଏମ୍ସିର ପରିସୀମା ବଢିବ । ସାମିଲ ହେବେ ରାଜଧାନୀ ଉପକଣ୍ଠର ୭୧ ଗ୍ରାମ । ବିଏମ୍ସି ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକର ୧୪ଟି ପଞ୍ଚାୟତ ବିଏମ୍ସିରେ ମିଶିବ । ବିଡିଓ ଗ୍ରାମସଭା ରିପୋର୍ଟ ଦାଖଲ କରି ସାରିଲେଣି । ବିଏମ୍ସି ଜୋନ୍ ଅଫିସ୍ ସଂଖ୍ୟା ୬କୁ ବଢିବ ।