ସ୍ୱଚ୍‌ଛ ପରୀକ୍ଷାରେ ନବମ

ଭାରତ ସର୍ବକ୍ଷଣ-୨୦୨୪ରେ ଭୁବନେଶ୍ୱର ପାଇଲା ୯ମ ସ୍ଥାନ ….

ସ୍ୱଚ୍‌ଛ ଭାରତ ସର୍ବକ୍ଷଣ-୨୦୨୪ରେ ଭୁବନେଶ୍ୱର ପାଇଲା ୯ମ ସ୍ଥାନ । ପୂର୍ବ ବର୍ଷ ର ବ୍ୟାଙ୍କ ୩୪ ଥିବା ବେଳେ ଏଥର ସିଧା ଶ୍ରେଷ୍ଠ ୧୦ରେ ସ୍ଥାନ ପକ୍କା କଲା । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟଠାରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଠଚନ୍ଦ୍ର ମହାପାତ୍ର ଓ ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କଲେ । ସ୍ୱଚ୍‌ଛ ବାୟୁ ସର୍ବକ୍ଷଣରେ ଭୁବନେଶ୍ୱର ୪ର୍ଥ କ୍ଲିନ୍‌ ଏୟାର ସିଟି ଭାବେ ପୁରସ୍କୃତ ହୋଇଛି । ରାଜଧାନୀକୁ ସ୍ୱଚ୍‌ଛ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି । ପଳାଶୁଣୀଠାରେ ବିଏମ୍‌ସି ତିଆରି କରିଥିବା ବୟଠକ ୧୫୦ ଟନ୍‌ କ୍ଷମତାର ସାମଗ୍ରୀ ପୁନରୁଦ୍ଧାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ୫ କୋଟି ଖର୍ଚ୍ଚରେ ଗାଡଗଣରେ ଓଡିଶାର ପ୍ରଥମ ପ୍ଲାଜମା ପାଇରୋଲିସିସ୍‌ ଫ୍ୟାସିଲିଟି କେନ୍ଦ୍ର ଖୋଲିଲା । ଏଠାରେ ଘରୋଇ ସାନିଟାରୀ ବର୍ଜ୍ୟ ପ୍ରକ୍ରିୟାକରଣ ହେଲା । ଅପରିଷ୍କାର ହୋଇ ପଡିଥିବା ସ୍ଥାନକୁ ସୌନ୍ଦର୍ଯ୍ୟରକରଣ ପାଇଁ ବିଏମସି ମିଶନ ଆରମ୍ଭ କରିଥଲା ।