ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ପରବର୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର ଊଐଜଟଠ-ଘଏ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ ଐଇଖ ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ ହେଲିକପ୍ଟରରର ବିଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉଦ୍ଘାଟନ ସମୟରେ ଐଇଖ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡିକେ ସୁନୀଲ ଉପସ୍ଥିତ ଥିଲେ।
ଊଐଜଟଠ-ଘଏ ହେଉଛି ୫.୫ ଟନ୍ ଓଜନର ହାଲୁକା ଯୁଗ୍ମ-ଇଞ୍ଜିନ୍ ବିଶିଷ୍ଟ ବହୁମୁଖୀ ହେଲିକପ୍ଟର। ଭାରତର ବିବିଧତା ଏବଂ ଦାବିପୂର୍ଣ୍ଣ ଆବଶ୍ୟକତାକୁ ହାସଲ କରିବା ପାଇଁ ଗଢା ଯାଇଛି। ଏହାକୁ ବିଶ୍ୱ ବେସାମରିକ ବିମାନ ଚଳାଚଳ ବଜାରର କଠୋର ଚାହିଦା ପୂରଣ କରିବା ପାଇଁ ବିଶେଷ ଭାବରେ ଅପ୍ଗ୍ରେଡ୍ କରାଯାଇଛି। ଯେଉଁଥିରେ ଉନ୍ନତ ସୁରକ୍ଷା, କାର୍ଯ୍ୟଦକ୍ଷତା ଏବଂ ଯାତ୍ରୀ ଆରାମ କରିବାର ରହିଛି। ଏଥିରେ ଏକ ସିଭିଲ୍-ପ୍ରମାଣିତ ଗ୍ଲାସ୍ କକ୍ପିଟ୍ ଏବଂ ଉତ୍କୃଷ୍ଟ ପରିସ୍ଥିତିଗତ ସଚେତନତା ପାଇଁ ଉନ୍ନତ ଏଭିଓନିକ୍ସ ରହିଛି । ହେଲିକପ୍ଟରଟି ସ୍ୱଦେଶୀ ରୋଟାରୀ-ୱିଙ୍ଗ କ୍ଷମତାରେ ଏକ ମାଇଲଖୁଣ୍ଟ ପ୍ରତିନିଧିତ୍ୱ କରୁଛି । ଏଥିରେ ଉନ୍ନତ କମ୍ପନ-ନିୟନ୍ତ୍ରଣ ପ୍ରଣାଳୀ ରହିଛି ଯାହା ଠଓଚ ଏବଂ ଚିକିତ୍ସା ପରିବହନ ପାଇଁ ଉପଯୁକ୍ତ।
ଏହାର ସର୍ବାଧିକ ୫୫୦୦କିଲୋଗ୍ରାମ ଓଜନର ପରିବହନ କରିବାର କ୍ଷମତା ରଖିଛି। ଏହା ସର୍ବାଧିକ ଘଂଟା ପ୍ରତି ୨୮୫କିମି ବେଗରେ ଉଡିପାରେ। ଏଥିରେ ସର୍ବାଧିକ ୧୪ଜଣ ଯାତ୍ରୀ ପରିବହନ କରି ପାରିବେ।