ଭୁବନେଶ୍ବର: ଜାନୁଆରୀ 10ରୁ ମିଳିବ ଗ୍ରୀନ ଷ୍ଟିକର । ପ୍ରଦୂଷଣ ସାର୍ଟିଫିକେଟ ଥିଲେ ମିଳିବ ଷ୍ଟିକର । ପ୍ରୁଦୂଷଣ ନିୟମନ୍ତ୍ରଣ ସାର୍ଟିଫିକେଟ ପାଇଁ ନିୟମ କଡାକଡି କରାଯାଇଥିବା ବେଳେ ଏବେ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । PUCC ଥିଲେ ଆରଟିଓରୁ ମିଳିବ ଗ୍ରୀନ ଷ୍ଟିକର ।ତେବେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ଗ୍ରୀନ୍ ଷ୍ଟିକର କିଭଳି ଦେଖାଯାଉଥିବ? କେଉଁଠୁ ମିଳିବ? କେବେ ମିଳିବ? ଏବେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ RTO ଅଫିସରେ ଗ୍ରୀନ୍ ଷ୍ଟିକର ଉପଲବ୍ଧ ହେବ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ।