‘ତୁମେ ମାଙ୍କେଡି’: ସ୍ୱାମୀଙ୍କ ଏତିକି ଶବ୍ଦ ସହିପାରିଲେନି ସ୍ତ୍ରୀ, ଝୁଲିପଡ଼ିଲେ

ତୁମେ ମାଙ୍କେଡି’, ବାସ୍‌, ଏତିକି କଥା ସହି ପାରିଲେନି …

ଲକ୍ଷେ୍ନø: ‘ତୁମେ ମାଙ୍କେଡି’, ବାସ୍‌, ଏତିକି କଥା ସହି ପାରିଲେନି ମଡେଲ ପତ୍ନୀ। ଝୁଲିପଡ଼ିଛନ୍ତି। ୟୁପି ରାଜଧାନୀ ଲକ୍ଷେ୍ନøସ୍ଥିତ ଇନ୍ଦିରାନଗର ଅଂଚଳରେ ଏଭଳି ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଡେଲିଂ କରୁଥିବା ଜଣେ ୨୮ ବର୍ଷୀୟା ମହିଳା ତନ୍ନୁ ସିଂହ ମର୍ମାହତ ହୋଇ ବେକରେ ରଶି ଲଗାଇ ସିଲିଂ ପଙ୍ଖାରୁ ଝୁଲି ପଡ଼ିଲେ। ସ୍ୱାମୀ ରାହୁଲ ସିଂହ ତାଙ୍କୁ ମଉଜରେ ମାଙ୍କେଡି କହିଦେବାରୁ ତନୁ ଏଭଳି ଚରମ ନିଷ୍ପତି ନେଲେ। ଏ କଥା ରାହୁଲଙ୍କ ପରିବାର କହନ୍ତି। ପୁଲିସ ଉକ୍ତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ।

ପୁଲିସର ସୂଚନା ଅନୁଯାୟୀ, ତନ୍ନୁ ସିଂ ସ୍ୱାମୀ ରାହୁଲ ସିଂହଙ୍କ ସହ ଇନ୍ଦିରାନଗର ସେକ୍ଟର-୧୪ରେ ରହୁଥିଲେ। ସେ ମଡେଲିଂ କରୁଥିଲେ। ଏହି ପେଶାକୁ ନେଇ ତନ୍ନୁ ଖୁବ୍‌ ସମ୍ୱେଦନଶୀଳ ଥିଲେ। ବୁଧବାର ସନ୍ଧ୍ୟାରେ ପୁରା ପରିବାର ସୀତାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ଘରେ ସମସ୍ତେ ଏକାଠି ବସି ମଜାମସ୍ତି କରୁଥିଲେ। ଏହି ସମୟରେ ରାହୁଲ ମଜାକରେ ତନ୍ନୁଙ୍କୁ ମାଙ୍କେଡି ବୋଲି କହି ଦେଇଥିଲେ। ତନ୍ନୁ ରାଗି ପାଚି ଲାଲ୍‌ ହୋଇ ଯାଇଥିଲେ। ରୁମ୍‌ ଭିତରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ। କିଛି ଘଂଟା ପର୍ଯ୍ୟନ୍ତ ଡୋର୍‌ ନ ଖୋଲିବାରୁ ପରିବାର ଲୋକ ଯାଇଦେଖନ୍ତି ତ ସେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରି ସାରିଥିଲେ।