ଭୁବନେଶ୍ୱର: ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନାମରେ କେହି ଜଣେ ନକଲି ୱେବସାଇଟ୍ ପରିଚାଳନା କରୁଥିବା ଦୃଷ୍ଟିଗୋଚର ହୋଇଛି। www.ceoodisha.com ନାମକ ଏକ ୱେବ୍ସାଇଟ୍ ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟି କରାଯାଇଛି। ଉକ୍ତ ୱେବସାଇଟ୍ଟି ନକଲି ଅଟେ ଏବଂ ଏହା ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧୂକାରୀଙ୍କ ଆଧ୍ୟାକାରିକ ୱେବ୍ସାଇଟ୍ www.ceoodisha.comକୁ ବେଆଇନ ଭାବେ ଅନୁକରଣ କରୁଛି। ପ୍ରାରମ୍ଭିକ ଯାଂଚ୍ରୁ ଜଣାପଡିଛି ଯେ, ଏହି ନକଲି ୱେବସାଇଟ୍ ଆଧୁନିକ ପ୍ଲାଟଫର୍ମକୁ ନକଲ କରି ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରାନ୍ତିକର ଓ ଭୁଲ ସୂଚନା ପ୍ରଚାର କରୁଛି।
ଏହି ପରିପ୍ରେକ୍ଷୀରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ପଷ୍ଟ କରାଯାଉଛି ଯେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଏକମାତ୍ର ଆଧ୍ୟାକାରିକ ୱେବ୍ସାଇଟ୍ ହେଉଛି: www.ceoodisha.com ସାଧାରଣ ଲୋକ, ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରାଯାଉଛି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ପରିଚାଳନା କରାଯାଉଛି ବୋଲି ଦାବି କରୁଥିବା ଅନ୍ୟ କୌଣସି ୱେ୍ବସାଇଟ ଉପରେ ବିଶ୍ୱାସ କରିବେ ନାହିଁ କିମ୍ବା ସେଭଳି ୱେବ୍ସାଇଟ୍ରେ କୌଣସି ଆଦାନପ୍ରଦାନ କରିବେ ନାହିଁ।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR), ୨୦୨୬ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଏହି ସମୟରେ ଯେକୌଣସି ଭ୍ରାନ୍ତିକର ସୂଚନା ଭୋଟରମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ଏବଂ ସଂଶୋଧନ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଓ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା କେବଳ ଆଧ୍ୟାକାରିକ ଭାବେ ପ୍ରକାଶିତ ଉତ୍ସରୁ ଯାଂଚ୍ କରିବାକୁ ଅନୁରୋଧ କରାଯାଉଛି। କୌଣସି ସନ୍ଦେହଜନକ କିମ୍ବା ଭ୍ରାନ୍ତକର ବିଷୟବସ୍ତୁ ଦୃଷ୍ଟିଗୋଚର ହେଲେ, ସେ ସମ୍ବନ୍ଧରେ ତୁରନ୍ତ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ।