ଏସ୍‌ସିବି ଅଗ୍ନିକାଣ୍ଡ: ବିଧାନସଭାରେ କୋକେଇ ଶୋଭାଯାତ୍ରା

ବିଧାନସଭାରେ ବୁଧବାର ଏକ ଅଭାବନୀୟ ……

ଭୁବନେଶ୍ୱର: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। ଝଉଈ ଟ୍ରାଜେଡିକୁ କେନ୍ଦ୍ର କରି ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ ବିଜେଡି।

‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବିଧାନସଭା ପରିସର। ଝଉଈ ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ହୋହଲ୍ଲା କରିଛନ୍ତି।