ଅଭିଯୁକ୍ତ ଟିମାକୁ ଏନ୍‌କାଉଂଟର

ଆଜି ସକାଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ……

ସମ୍ବଲପୁର: ଆଜି ସକାଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଅପରାଧ ଏବଂ ଆଲୁମିନିୟମ କଣ୍ଡକ୍ଟର ଚୋରି ସମେତ ୪୧ ରୁ ଅଧିକ ଅପରାଧିକ ମାମଲାରେ ଜଡିତ ଜଣେ କୁଖ୍ୟାତ ଦୁର୍ଦ୍ଦାନ୍ତ ଅପରାଧୀ, ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କରଙ୍କୁ ନାକଟିଦେଉଳ ଥାନା କର୍ମଚାରୀମାନେ ଗିରଫ କରିଥିଲେ। ସକାଳ ପ୍ରାୟ ୫ଟା ୪୫ ମିନିଟ୍‌ ସମୟରେ, ଅଭିଯୁକ୍ତ ଏବଂ ତାଙ୍କର ୩ ସହଯୋଗୀଙ୍କୁ ରେଢ଼ାଖୋଲ ଥାନା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଂଚଳରେ ଟିମା ଗ୍ୟାଙ୍ଗକୁ ଖୋଜା ଚାଲିଥିଲା।

ପୁଲିସ କବଳରୁ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଗୁଳି କରିଥିଲା। ଖଣ୍ଡଯୁଦ୍ଧରେ ପୁଲିସ ଗୁଳି ଅଭିଯୁକ୍ତର ଡାହାଣ ଗୋଡ଼ରେ ବାଜିଥିଲା। ଅଭିଯୁକ୍ତ ତିନି ରାଉଣ୍ଡ ଗୁଳି ଚଳାଇଥିଲା, ପାଲଟା ଜବାବରେ ପୁଲିସ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଟିମାର ତିନିଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଅପରାଧିଙ୍କ ନିକଟରୁ ପୁଲିସ ଗୋଟିଏ ପିସ୍ତଲ, ଜୀବନ୍ତଗୁଳି, ଗୋଟିଏ ବୋଲେରୋ ଓ ଏକ ତାର କଟର ଏବଂ ବିଦ୍ୟୁତ୍‌ ପରିବହନ ତାର କାଟିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରିଥିଲା। ଆହତ ଟିମା ଓରଫ ଧନେଶ୍ୱର ଝାଙ୍କରଙ୍କୁ ତୁରନ୍ତ ରେଢ଼ାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।