ଭୁବନେଶ୍ୱର: ସରକାରୀ ବାସଭବନ ଠାରେ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର ପ୍ରତିନିଧିମଣ୍ଡଳୀ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ସାକ୍ଷାତ କରିଛନ୍ତି।
ଶ୍ରୀକ୍ଷେତ୍ରସ୍ଥ ମଠମାନଙ୍କର ବିଜେସ୍ଥଳୀ ବା ମୂଳସ୍ଥାନଗୁଡ଼ିକୁ ମଠ ନାମରେ କରାଯିବା ସମ୍ବନ୍ଧରେ, ମଠମାନଙ୍କର ଉନ୍ନତିକରଣ ଏବଂ ଶ୍ରୀମନ୍ଦିରରେ ସାଧୁ-ସନ୍ଥମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ।
ମଠାଧୀଶ ସେବା ସଂଘର ସନ୍ଥ-ମହନ୍ତ ବୃନ୍ଦଙ୍କ ଆପତ୍ତିଗୁଡ଼ିକୁ ବିଚାର କରି, ଉଚିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।