ଭଗତ ସିଂଙ୍କ ବାର୍ତ୍ତା:ଯୁବ ସମାଜ ଆଦର୍ଶରେ ଅନୁଗାମୀ ହୁଅନ୍ତୁ-ସ୍ମୃତି କମିଟି

ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଅଗ୍ରୱାଲା ଛକ ଠାରେ ….

ଜଳେଶ୍ଵର, :- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଅଗ୍ରୱାଲା ଛକ ଠାରେ ଥିବା ଭଗତ୍ ସିଂଙ୍କ ସ୍ମୃତି କମିଟିର ଆନୁକୂଲ୍ୟରେ ଶହୀଦ ଦିବସ  ପାଳନ ହୋଇଯାଇଛି।ପ୍ରଥମେ ଭଗତ୍ ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସମାଜବାଦୀ ନେତା ଲକ୍ଷ୍ମଣନାଥ ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଭଗତ୍ ସିଂଙ୍କ ସହିତ ଆଜକୁ ୯୫ ବର୍ଷ ତଳେ ଲାହୋର ଜେଲରେ ଫାଶୀ ପାଇଥିବା ବିପ୍ଳବୀ ରାଜଗୁରୁ ଓ ଶୁକଦେବଙ୍କ ଆତ୍ମ ବଳିଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।ସାମ୍ରାଜ୍ୟବାଦ ବିରୋଧରେ ସ୍ବର ଉତ୍ତୋଳନ, ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ ତଥା ସମାଜ ବ୍ୟବସ୍ଥାର ପରିବର୍ତ୍ତନର ସାଲିସ ବିହୀନ ସ୍ବର ଥିଲେ ଭଗତ୍ ସିଂ।

ଦେଶବାସୀଙ୍କୁ ସୁପ୍ତ ଅବସ୍ଥାରୁ ଜାଗ୍ରତ କରିବା ପାଇଁ ସେ ତତ୍କାଳୀନ ପାର୍ଲାମେଣ୍ଟ ଭିତରେ ବୋମା ଫିଙ୍ଗିଥିଲେ।ସେ କହିବାକୁ ଚାହିଁଥିଲେ ସାମ୍ରାଜ୍ୟବାଦର ନିପାତ ହେଉ ଓ ପୁଞ୍ଜିବାଦ ଖତମ ହେଉ ଦେଶକୁ ବିଦେଶୀ ଶାସନରୁ ମୁକ୍ତି ମିଳୁ।ସେ ଏହା ମଧ୍ୟ କହିଥିଲେ ଦେଶର ସ୍ବାଧୀନତା ଅର୍ଥ ନୁହେଁ କେବଳ କ୍ଷମତା ହସ୍ତାନ୍ତର।ଶୋଷଣ କଷଣରୁ ମୁକ୍ତ ହୋଇ ସମସ୍ତ ଅଧିକାର ପ୍ରାପ୍ତ ହେବା ହିଁ ସ୍ବାଧୀନତା।ସମାଜବାଦ ଯେ ଏହାର ଏକମାତ୍ର ରାସ୍ତା ସେ ଦୃଢ଼ ନିଶ୍ଚିତ ଥିଲେ।

ଭଗତ୍ ସିଂଙ୍କ ଆଦର୍ଶରେ ଅନୁଗାମୀ ହେବା ପାଇଁ ଦେଶର ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ବକ୍ତାମାନେ।କୃଷକ ନେତା ରବିନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ଆୟୋଜିତ ସଭାରେ ବିଶିଷ୍ଟ ବାମପନ୍ଥୀ ନେତା ସୀତାଂଶୁ ସେନାପତି, ଦିଲ୍ଲୀପ କୁମାର ଗିରି, ସିପିଏମର ଆଞ୍ଚଳିକ କମିଟି ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ସମାଜସେବୀ କମଳ ଚକ୍ରବର୍ତ୍ତୀ, ହେମନ୍ତ ଗିରି, ଚନ୍ଦନ କର, ମନୋରଞ୍ଜନ ଦାସ, ସୁଦାମ ପାତ୍ର, ଜୀବନ ପରିଡ଼ା, ରଞ୍ଜନ ଘୋଷ, ଗତିକୃଷ୍ଣ ଦଳେଇ, ନରେନ୍ଦ୍ର ସିଂ, ବିମଳ ଦାସ, ବିଜୟ ବେହେରା, ରମେଶ ଚନ୍ଦ୍ର ଦଳାଇ, ସୁଧୀର କୁମାର ଦାସ, ସତ୍ୟରଞ୍ଜନ ଜେନା, କାଳକିଙ୍କର ଚନ୍ଦ, ଗୌରହରି ଦାସ, ଜ୍ଞାନେନ୍ଦ୍ର ଜେନା, କାହ୍ନୁ ଚରଣ ପ୍ରଧାନ, ଗୋପୀ ମିର୍ଦ୍ଧା, ଚନ୍ଦନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଶେଷରେ ରବିନ୍ଦ୍ର କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।