ମହାନ ବିପ୍ଲବୀ ଧରଣୀଧର ନାୟକ ଙ୍କ ଜନ୍ମ ଜୟନ୍ତୀ

ମହାନ ବିପ୍ଳବୀ ବୀର ଧରଣୀଧର ନାୟକଙ୍କର ….

ଆଙ୍କର : ମହାନ ବିପ୍ଳବୀ ବୀର ଧରଣୀଧର ନାୟକଙ୍କର ୧୬୨ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ କେନ୍ଦୁଝରରେ ଯୋଗଦେଲେ ଉପବାଚସ୍ପତି ଭବନୀ ଶଙ୍କର ଭୋଇ ଏବଂ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେନ୍ଦୁଝର ଜିଲା ପ୍ରଶାସନ, ଭୂୟାଁ ସାଂସ୍କୃତିକ ସଂଗଠନ ଏବଂ କୁସୁମିତା ଧରଣୀଧର ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ଅଡ଼ିଟୋରିୟମ୍ ରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ଉପବାଚସ୍ପତି ଏବଂ ଗଣଶିକ୍ଷାମନ୍ତ୍ରୀ । ସେତେବେଳର ଅତ୍ୟାଚାରୀ ରାଜତନ୍ତ୍ର ବିରୁଦ୍ଧରେ ସାହସିକତାର ସହ ସ୍ୱର ଉତ୍ତୋଳନ କରିଥିବା ବିପ୍ଲବୀ ବୀର ଧରଣୀଧର ନାୟକ, ଆଜି ସମସ୍ତଙ୍କର ପ୍ରେରଣାର ଉତ୍ସ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ।

ଏହା କେବଳ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ସୀମିତ ନରହି, ଧରଣୀଧରଙ୍କ ଜୀବନ କାହାଣୀ, ପ୍ରତ୍ୟକ କେନ୍ଦୁଝରବାସୀଙ୍କୁ ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ଉତ୍ସାହିତ କରୁ ବୋଲି ସେ ଆହ୍ବାନ କରିଥିଲେ । ରାଷ୍ଟ୍ରର ହିତ ପାଇଁ ଯେଉଁ ମହାପୁରୁଷଙ୍କର ଅବଦାନ ରହିଛି, ସେହି ମହାମନିଷୀ ଧରଣୀଧରଙ୍କର ଜନ୍ମମାଟି କୁସୁମିତାକୁ ଅତିହ୍ୟ ଗ୍ରାମରେ ପରିଣତ କରିବାକୁ ୩୮କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ମନ୍ତ୍ରୀ କହିଥିଲେ । ଫଳରେ, ଧରଣୀଧରଙ୍କର ଜନ୍ମମାଟି କୁସୁମିତା ଗାଁର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ଏହି ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କ ସହ, ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।