ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ପରଖିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିଲା। ବୈଠକର ମୁଖ୍ୟ ଆଲୋଚନାରେ ହିତାଧିକାରୀଙ୍କୁ ସଠିକ୍ ଭାବେ ଚିହ୍ନଟ କରିବା, ସମୟ ଅନୁସାରେ ସହାୟତା ପ୍ରଦାନ କରିବା ଏବଂ ଅଭିଯୋଗର ତୁରନ୍ତ ସମାଧାନ କରିବା ଉପରେ ପ୍ରମୁଖ ସଚିବ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ (ଊଝଝଙଗ୍ଦ) ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରିବାକୁ ଏବଂ ସଚେତନତା ଶିବିର ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଯଥା : ଜାତୀୟ ତଥା ରାଜ୍ୟ ଭତା ଯୋଜନାରେ ଖାଲିଥିବା ସ୍ଥାନ ପୂରଣ।ଭିନ୍ନକ୍ଷମଙ୍କ ପାଇଁ ଥିବା ବିବାହ ପ୍ରୋତ୍ସାହନ ଯୋଜନା ଏବଂ ବନିଶ୍ରୀ ବୃତିର ବକେୟା କାର୍ଯ୍ୟ। ଭିନ୍ନକ୍ଷମ ପରିଚୟ ପତ୍ର (ଟଊଓଊ) ଏବଂ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସମସ୍ୟା ସମାଧାନ। ବୃଦ୍ଧାଶ୍ରମ, ଭିନ୍ନକ୍ଷମଙ୍କ ପାଇଁ ସମନ୍ୱିତ ପରିସର (ଓଓଉ) ଏବଂ ଭିକ୍ଷୁକ ପୁନର୍ବାସ କେନ୍ଦ୍ରଗୁଡ଼ିକର ସ୍ଥିତି।
ବୈଠକରେ ଆଇଟି (ଓଞ) ସେଲ୍ ପକ୍ଷରୁ କିଛି ନୂଆ ଡିଜିଟାଲ୍ ପଦକ୍ଷେପର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଉଉଞଠ କ୍ଲାଉଡ୍ କମ୍ପ୍ୟୁଟିଂ, ଉପସ୍ଥାନ ପରିଚାଳନା ଏବଂ ତଙଐଙ ଆପ୍ ର ବ୍ୟବହାର ବିଷୟରେ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା। ଏହା ସହିତ ସାମାଜିକ ଗଣମାଧ୍ୟମ (ଝକ୍ଟମସବକ୍ଷ ଗରୟସବ) ମାଧ୍ୟମରେ କିଭଳି ଜନସାଧାରଣଙ୍କୁ ସଚେତନ କରାଯାଇପାରିବ, ସେ ନେଇ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ହୋଇଥିଲା।