ପ୍ରବୋଧନା ଦେଲେ ପୁଲିସ ଡିଜିପି: ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା

କୌଣସି ହତ୍ୟା ମାମଲା ଘଟିଯିବା ପରେ ପୁଲିସ …

ଭୁବନେଶ୍ୱର: କୌଣସି ହତ୍ୟା ମାମଲା ଘଟିଯିବା ପରେ ପୁଲିସ ପ୍ରଶାସନର ଉଚ୍ଚ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଇ ଜନସାଧାରଣଙ୍କୁ ପ୍ରବୋଧନା ଦେବା ଛଡ଼ା ଆଉ କିଛି ଜାଣନ୍ତିନି। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାର ତଦନ୍ତ ପ୍ରତି ସାମାନ୍ୟତମ ସନ୍ଦେହର ପ୍ରଶ୍ନ ଉଠୁନି। କ୍ରାଇମବ୍ରାଂଚ୍‌ ଭଲ ତଦନ୍ତ କରିବ। କମିଶନରେଟ ପୋଲିସ ଏବଂ ଓଡ଼ିଶା ପୋଲିସ ଉପରେ ଲୋକଙ୍କ ଭରସା ଅଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଅପରାଧ ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଂଟ୍‌ ପ୍ରସ୍ତୁତ କରାଯାଇଛି। ତାକୁ କାର୍ଯ୍ୟକାରୀ କରିବା ମୁଡରେ ଥିଲୁ। ହଠାତ୍‌ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟିଗଲା। ଆଇନ ଶୃଙ୍ଖଳା ନେଇ ସମୀକ୍ଷା ପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏମିତି ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆକ୍ସନ୍‌ ମୋଡରେ କମିଶନରେଟ୍‌ ପୋଲିସ। ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ଏବଂ ଜନସାଧାରଣଙ୍କ ମନରୁ ଭୟ ଦୂର କରି ବିଶ୍ୱାସ ଜିତିବା ପାଇଁ ପୁଣି ଥରେ ଅଂଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱର ୟୁପିଡି (ଟଚଊ) ଅନ୍ତର୍ଗତ ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲିସ ସେବାରେ ଥିବା ତ୍ରୁଟିକୁ ସୁଧାରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ବ୍ଳୁ-ପ୍ରିଂଟ୍‌ ପ୍ରସ୍ତୁତ କରାଯାଇଛି। ସିଷ୍ଟମରେ ହେବ ବଡ଼ ଧରଣର ପରିବର୍ତନ। ବୈଠକରେ ପ୍ରତ୍ୟେକ ଥାନାର ଆଇଆଇସିଙ୍କ ସହ ସେମାନଙ୍କ ଅଂଚଳର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପୋଲିସ ପ୍ରଶାସନରେ ଯଦି ବର୍ତମାନର କାର୍ଯ୍ୟଶୈଳୀ ବା ସିଷ୍ଟମରେ କୌଣସି ପ୍ରକାରର ଅଭାବ ରହିଛି, ତେବେ ତାହାକୁ ତୁରନ୍ତ ସୁଧାର କରାଯିବ (ଓଜ୍ଞକ୍ଟ୍ରକ୍ସକ୍ଟଙ୍ଖରଜ୍ଞରଦ୍ଭଗ୍ଧ)। ଲୋକଙ୍କୁ ଉତମ ସେବା ଯୋଗାଇଦେବା ଏବଂ ପୋଲିସ ଉପରେ ଥିବା ଆସ୍ଥାକୁ ଫେରାଇ ଆଣିବା ମୁଖ୍ୟ ଉଦ୍ଦେଶ୍ୟ।