ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର’

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ …

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଏବଂ ଶୁଭମ୍‌ ଅନୁଷ୍ଠାନର ମିଳିତ ସହଯୋଗରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର’ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଂଚ ଠାରେ ମେ’ ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଓ ସଙ୍ଗୀତ ପରମ୍ପରାର ମୌଳିକତା ଏବଂ ଏହାର ବିଶେଷତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଆଜିର ଯୁବ କଳାକାରମାନେ ହେଉଛନ୍ତି ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଜଗତର ଭବିଷ୍ୟତ। ତେଣୁ ଆଦିବାସୀ ସମ୍ପ୍ରଦାୟର ଏହି ସମୃଦ୍ଧ ନୃତ୍ୟ ଓ ସଙ୍ଗୀତ ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର ସହ ଏହାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଯୁବ କଳାକାରମାନେ ନିଜର ନିରନ୍ତର ପ୍ରୟାସ ଜାରି ରଖିବା ଉଚିତ। ଉଦ୍‌ଘାଟନୀ ସନ୍ଧ୍ୟାରେ କୋୟା ନୃତ୍ୟ, ଖଦିଆ ନୃତ୍ୟ, କିଷାନ ନୃତ୍ୟ, ପତର ସୌରା, ଲାଞ୍ଜିଆ ସୌରା ନୃତ୍ୟ, ଢେମ୍‌ସା, ପଂଚରସି, ଆଦିବାସୀ ନୃତ୍ୟ, ସିଙ୍ଗାରୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା।